
ଅଯୋଧ୍ୟା : ଅଯୋଧ୍ୟାର ଭଦରସା-ଭରତକୁଣ୍ଡ ନଗର ପଞ୍ଚାୟତରେ ବଡ଼ ଅଘଟଣ ଘଟିଛି । ଅଯୋଧ୍ୟାର ମହାରାଣା ପ୍ରତାପ ବାର୍ଡ ସ୍ଥିତ ପଗଲାଭାରୀ ଗାଁରେ ଗୁରୁବାର ସନ୍ଧ୍ୟାରେ ଭୀଷଣ ବିସ୍ଫୋରଣ ଘଟିଛି । ଏହି ଦୁର୍ଘଟଣାରେ ତିନି ଜଣ ଶିଶୁଙ୍କ ସମେତ ୫ ଜଣ ଲୋକଙ୍କ ମୃତ୍ୟୁ ଘଟିଛି । ବାଣ ବିସ୍ଫୋରଣ ଯୋଗୁଁ ଏପରି ଘଟିଥିବା ଜଣାପଡିଛି । ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି । ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ମୃତକଙ୍କ ପାଇଁ ଶୋକ ପ୍ରକାଶ କରିବା ସହ ଆହତଙ୍କ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାନୁଯାୟୀ, ବର୍ତ୍ତମାନ ମୃତକଙ୍କ ପରିଚୟ ସ୍ପଷ୍ଟ ହୋଇଛି । ଏହି ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ଘଟିଥିଲା । ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲା । ଏହି ଦୁର୍ଘଟଣାରେ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଏସ୍ଏସ୍ପି ଡକ୍ଟର ଗୌରବ ଗ୍ରୋଭର, ଏସ୍ପି ସିଟି ଚକ୍ରପାଣି ତ୍ରିପାଠି ଏବଂ ସିଓ ଅଯୋଧ୍ୟା ପୋଲିସ ବାହିନୀ ସହିତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଭଗ୍ନାବଶେଷରୁ ପାଞ୍ଚ ଜଣଙ୍କୁ ବାହାର କରି ଜିଲ୍ଲା ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ସେଠାରେ ୪ ଜଣଙ୍କୁ ମୃତ ଘୋଷଣା କରାଯାଇଥିଲା । ଚିକିତ୍ସା ସମୟରେ ମଧ୍ୟ ଗୋଟିଏ ଶିଶୁର ମୃତ୍ୟୁ ହୋଇଥିଲା ।
ଆପଣଙ୍କୁ ଜଣାଇ ରଖୁଛୁ ଯେ, ଏହି ଘଟଣା ତାଙ୍କ ସହ ପ୍ରଥମ ଥର ପାଇଁ ଘଟିନାହିଁ । ବରଂ ଏହା ପୂର୍ବରୁ ମଧ୍ୟ ଏପରି ଘଟଣା ଦେଖିବାକୁ ମିଳିଥିଲା । ଯେଉଁଥିରେ ତାଙ୍କ ସ୍ତ୍ରୀ, ମା ଏବଂ ଗୋଟିଏ ପିଲାର ମୃତ୍ୟୁ ହୋଇଥିଲା । ତଥାପି ସେ ତାଙ୍କ ବାଣ ବ୍ୟବସାୟ ଛାଡ଼ି ନଥିଲେ । ସେ ପରବର୍ତ୍ତୀ ସମୟରେ ଏକ ନୂତନ ଘର ନିର୍ମାଣ କରିଥିଲେ । କିନ୍ତୁ ଗୋଟିଏ ବର୍ଷ ପରେ, ସମାନ ଦୁଃଖ ପୁଣି ଦେଖାଦେଲା । ବର୍ତ୍ତମାନ ଏହି ଦୁର୍ଘଟଣାରେ ପରିବାରର ୫ ଜଣ ସଦସ୍ୟ ଏବଂ ଗାଁର ଜଣେ ଝିଅ ପ୍ରାଣ ହରାଇଛନ୍ତି ।