
ଆଜି ଘୋଷଣା ହେଲା ଶାନ୍ତି ନୋବେଲ ପୁରସ୍କାର ବିଜେତା । ଟ୍ରମ୍ପଙ୍କୁ ବଡ଼ ଝଟକା । ଆମେରିକା ରାଷ୍ଟ୍ରପତିଙ୍କୁ ମିଳିଲାନି ଏହି ପୁରସ୍କାର । ଶାନ୍ତି ପୁରସ୍କାର ପାଇଁ ଦାବି କରୁଥିଲେ ଟ୍ରମ୍ପ । କିନ୍ତୁ ଚଳିତ ବର୍ଷର ନୋବେଲ ଶାନ୍ତି ପୁରସ୍କାର ପାଇବେ ଭେନୁଜୁଏଲାର ମାରିଆ କୋରନା ମାଚାଡୋ । ଯାହା ଟ୍ରମ୍ପଙ୍କୁ ବଡ଼ ଝଟକା ଦେଇଛି ।
ସୂଚନାନୁଯାୟୀ, ଏକଛତ୍ରବାଦରେ ଦେଶରେ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ଭେନୁଜୁଏଲାର ମାରିଆଙ୍କ ବିଶେଷ ଅନୁଦାନ ରହିଛି । ତାଙ୍କ ସଂଘର୍ଷ ନୋବେଲ କମିଟିକୁ ବିଶେଷ ଭାବରେ ଆକର୍ଷିତ କରିଥିଲା । ଭେନେଜୁଏଲାର ଲୋକଙ୍କ ପାଇଁ ଗଣତାନ୍ତ୍ରିକ ଅଧିକାରକୁ ରକ୍ଷା କରିବା ଏବଂ ଏକଛତ୍ରବାଦରୁ ଗଣତନ୍ତ୍ରକୁ ନ୍ୟାୟପୂର୍ଣ୍ଣ ଏବଂ ଶାନ୍ତିପୂର୍ଣ୍ଣ ରୂପାନ୍ତରଣ ହାସଲ କରିବା ପାଇଁ ତାଙ୍କ ନେତୃତ୍ୱ ପାଇଁ ମାରିଆ କୋରିନା ମାଚାଡୋଙ୍କୁ ନୋବେଲ କମିଟି ନିଷ୍ପତ୍ତି ନେଇଛି । ମାଚାଡେ ଭେନୁଜୁଏଲାର ବିରୋଧୀ ଦଳ ନେତା । ଅତୀତରେ ଲାଟିନ୍ ଆମେରିକାରେ ନାଗରିକଙ୍କ ସାହସର ସର୍ବଶ୍ରେଷ୍ଠ ଉଦାହରଣ ସାଜିଥିଲେ ମାରିଆ କୋରିନା । ମାରିଆ କୋରନା ନ୍ୟାୟିକ ସ୍ୱାଧୀନତା, ମାନବିକ ଅଧିକାର ଏବଂ ଲୋକପ୍ରିୟ ପ୍ରତିନିଧିତ୍ୱ ପାଇଁ ସ୍ୱର ଉତ୍ତୋଳନ କରିଛନ୍ତି । ସେ ଭେନେଜୁଏଲାର ଲୋକଙ୍କ ସ୍ୱାଧୀନତା ପାଇଁ ବର୍ଷ ବର୍ଷ ଧରି କାର୍ଯ୍ୟ କରିଛନ୍ତି ।