କାବୁଲରେ ଦୂତାବାସ ଖୋଲିବ ଭାରତ: ଜୟଶଙ୍କର

youtube

ନୂଆଦିଲ୍ଲୀ : ଆଫଗାନିସ୍ତାନ ବିଦେଶ ମନ୍ତ୍ରୀ ଅମିର ଖାନ ମୁତାକି ଭାରତ ଗସ୍ତରେ ରହିଛନ୍ତି । ଏହି ଗସ୍ତରେ ସେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହିତ ବୈଠକ କରିଛନ୍ତି । ଏହି ବୈଠକ ଆଫଗାନିସ୍ତାନରେ ଅଶରଫ ଗନି ସରକାର ପତ୍ତନର ୪ ବର୍ଷ ପରେ ହୋଇଛି । ଦୀର୍ଘ ୪ ବର୍ଷ ପରେ ଆଫଗାନିସ୍ତାନ ରାଜଧାନୀ କାବୁଲରେ ପୁଣି ଦୂତାବାସ ଖୋଲିବ ଭାରତ । ଏହାଦ୍ବାରା ଭାରତ-ଆଫଗାନିସ୍ତାନ ସମ୍ବନ୍ଧ ବୃଦ୍ଧି ହେବ ।

ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସରେ ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରୀ ଅମିର ଖାନ ମୁତାକିଙ୍କ ସହ ବୈଠକ ପରେ ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର ଏହି ଘୋଷଣା କରିଛନ୍ତି । ମୁତାକିଙ୍କ ସହ ବୈଠକ ପରେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର କହିଛନ୍ତି ଭାରତ ସବୁବେଳେ ଆଫଗାନିସ୍ତାନକୁ ସହଯୋଗ କରିଛି । ଆଫଗାନ ଆମ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ । ଆତଙ୍କବାଦ ବିରୋଧୀ ଲଢେଇରେ ଆଫଗାନ ସବୁବେଳେ ଆମ ସହ ରହିଛି । ପହଲଗାମ ଆକ୍ରମଣର ନିନ୍ଦା ମଧ୍ୟ କରିଥିବା କହିଛନ୍ତି ଜୟଶଙ୍କର ।

ଏବେ ଋଷିଆ ଓ ପାକିସ୍ତାନ ପରି ଦେଶରେ ଆଫଗାନିସ୍ତାନର ଦୂତାବାସ ରହିଛି । କାବୁଲରେ ଭାରତରେ ହାଇକମିଶନ ରହିଛି କିନ୍ତୁ ଦୂତାବାସ କେବେ ହୋଇପାରିନି । ଆଫଗାନିସ୍ତାନରେ ତାଲିବାନ ଶାସନ ଆସିବା ପରେ ହିଁ ଭାରତ ନିରବ ଥିଲା । କିନ୍ତୁ ଏବେ ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରୀଙ୍କ ସହ ସାକ୍ଷାତ ପରେ ତାଲିବାନରେ ଦୂତାବାସ ଖୋଲିବା ନେଇ ଘୋଷଣା କରିଛି ଭାରତ ।

ଆଫଗାନିସ୍ତାନରେ ବିକାଶ ଓ ସହାୟତର କାମ ଜାରି ରଖିବ ଭାରତ ବୋଲି ଜୟଶଙ୍କର କହିଛନ୍ତି । ଭାରତ ଆଫଗାନିସ୍ତାନକୁ ୨୦ଟି ଆମ୍ବୁଲାନ୍ସ ଦେବାକୁ ଘୋଷଣା କରିଛି ।

ଏନେଇ ଆଫଗାନିସ୍ତାନ ବିଦେଶ ମନ୍ତ୍ରୀ କହିଛନ୍ତି, ମୁଁ ଦିଲ୍ଲୀ ଆସି ବହୁତ ଖୁସି । ଏହି ଯାତ୍ରା ଦୁଇ ଦେଶ ମଧ୍ୟରେ ବୁଝାମଣାକୁ ବଢାଇବ । ଏହା ଦୁଇ ଦେଶ ପାଇଁ ବହୁତ ବଡ଼ ଏବଂ ଗୁରୁତ୍ବପୂର୍ଣ୍ଣ ରାଜନୈତିକ ପଦକ୍ଷେପ । କାବୁଲରେ ଭାରତୀୟ ଦୂତାବାସ ଘୋଷଣା କରିବା ଶୁଣି ମୁଁ ବହୁତ ଖୁସି ।

Leave A Reply

Your email address will not be published.