ବିହାର ଔରଙ୍ଗାବାଦରେ ଓଲଟିଲା ଡଙ୍ଗା, ୫ ନିଖୋଜ

youtube

ବିହାର : ବିହାର ଔରଙ୍ଗାବାଦରେ ବଡ଼ ଦୁର୍ଘଟଣା । ସୋନ ନଦୀରେ ଡଙ୍ଗା ଓଲଟିବା ଯୋଗୁଁ ଜଣେ ଯୁବତୀଙ୍କ ଜୀବନ ଚାଲିଯାଇଥିବା ବେଳେ ୫ ଜଣ ନିଖୋଜ ରହିଛନ୍ତି । ଘଟଣା ବଡେମ ଓପି ଥାନା ଅଞ୍ଚଳରେ ରଘୁନାଥପୁର ବାଲୁ ଘାଟରେ ହୋଇଛି । ଘଟଣା ବିଷୟରେ ସୂଚନା ମିଳିବା ପରେ ଉଦ୍ଧାରକାରୀ ଦଳ ଏବଂ ପ୍ରଶାସନ ପହଞ୍ଚିଛି ।

ଘଟଣା ସ୍ଥଳରେ ଜିଲାପାଳ, ଏସପି, ଏସଡିଏମ, ଏସଡିପିଓ ଏବଂ ଅନ୍ୟ ସ୍ଥାନୀୟ ଅଧିକାରୀ ପହଞ୍ଚିଛନ୍ତି । ସ୍ଥାନୀୟ ବୁଡ଼ାଳିଙ୍କ ସହାୟତାରେ ଜଣେ ଯୁବତୀଙ୍କ ମ୍ତଦେହ ଉଦ୍ଧାର କରାଯାଇଛି । ତାଙ୍କ ପରିଚୟ ମଧ୍ୟ ମିଳିଛି ।

ଘଟଣା ବିଷୟରେ ଔରଙ୍ଗାବାଦ ଜିଲ୍ଲାପାଳ ଶ୍ରୀକାନ୍ତ ଶାସ୍ତ୍ରୀ ୫ ଜଣ ନିଖୋଜ ଥିବା କହିଛନ୍ତି । ସେ କହିଛନ୍ତି ଡଙ୍ଗା ଓଲଟିବାକୁ ଯୋଗୁଁ ୧୦ ଜଣଙ୍କୁ ଉଦ୍ଧାର କରାଯାଇଛି । ଅନ୍ୟ ନିଖୋଜକୁ ଖୋଜାଚାଲିଛି । ସେମାନେ ନଦୀ ପାର କରିବା ସମୟରେ ଡଙ୍ଗା ଓଲଟିପଡିଥିଲା ।

ଘଟଣାକୁ ନେଇ ବିହାର ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି । ଦୁର୍ଘଟଣାକୁ ଦୁଃଖଦ କହିବା ସହିତ ଦୁଃଖ ସମୟରେ ପୀଡତ ପରିବାରକୁ ଧୈର୍ଯ୍ୟ ଏବଂ ଶକ୍ତି ପ୍ରଦାନ କରିବା ପାଇଁ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

Leave A Reply

Your email address will not be published.