ଚିକିଟୀରେ ବରିଷ୍ଠ ନାଗରିକ ଦିବସ ପାଳିତ

youtube

ଚିକିଟୀ : ଏହି ବ୍ଲକ ସମ୍ମିଳନୀ କକ୍ଷରେ ଆଜି ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି।ସ୍ଥାନୀୟ ଭାରପ୍ରାପ୍ତ ବିଡ଼ିଓ ବିଶ୍ବରଂଜନ କହଁର ଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ମନୋରଞ୍ଜନ ଦ୍ୟାନ ସାମନ୍ତରା ଯୋଗ ଦେଇ ସମାଜରେ ବରିଷ୍ଠ ନାଗରିକ ମାନେ କିଭଳି ନିଜ ନିଜର ଆତ୍ମସମ୍ମାନ ପାଇ ନିଜର ଅସ୍ତମିତ ବୟସ କୁ ଖୁସିରେ ବିତାଇବେ ସେଥିପାଇଁ ଆମେ ସମସ୍ତେ ପ୍ରତିଶୁତି ବଧ୍ୟ ହେବା ଦରକାର ବୋଲି ପ୍ରକାଶ କରିବା ସହ ବରିଷ୍ଠ ନାଗରିକ ମାନେ ସମାଜର ମାର୍ଗଦର୍ଶକ ବୋଲି ନିଜର ମୂଲ୍ୟବାନ ବକ୍ତବ୍ୟ ରଖିଥିଲେ। ବରିଷ୍ଠ ମାନେ ସମାଜର ଯେ କୌଣସି କାର୍ଯ୍ୟକ୍ରମରେ ମାର୍ଗଦର୍ଶକ ରୂପେ ସବୁବେଳେ ଠିଆ ହୋଇଥାନ୍ତି।

ଏହି ସରକାର ଏମାନଙ୍କ ପାଇଁ ଏବେ କିଛି ନିଆରା ଭାବରେ ସେମାନଙ୍କ ସ୍ବାସ୍ଥ୍ୟ ପ୍ରତି ଆୟୁଷ୍ମାନ ବୟବନ୍ଦ ଯୋଜନା ଅନୁଯାଇ ସମସ୍ତ ସ୍ବାସ୍ଥ୍ୟଗତ ସମସ୍ୟା ଉପରେ ସୁଧାର ଆଣିବା ପାଇଁ ଏକ ଯୋଜନା ପ୍ରଣୟନ କରିଛନ୍ତି। ଏଥି ସହିତ ବରିଷ୍ଠ ନାଗରିକ ମାନଙ୍କ ଯେ କୌଣସି ପ୍ରକାର ଅସୁବିଧା କୁ ଏଡାଇବା ସକାଶେ ଏକ ସହାୟତା ହେଲ୍ପଲାଇନ ଟୋଲ୍ ଫ୍ରୀ ନମ୍ବର (୧୪୫୬୭) ଜାରି କରିଛନ୍ତି। ସମାଜର ବିକାଶ ତଥା ଅଞ୍ଚଳର ଯେ କୌଣସି ଶିକ୍ଷ୍ୟା, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ବିକାଶରେ ବରିଷ୍ଟ ମାନଙ୍କ ଉପଦେଶ ନିହାତି ମୂଲ୍ୟବାନ ଅଟେ। ଯଦି କୌଣସି ବ୍ୟକ୍ତି ଅବସର ନେଇଥାଏ ତେବେ କର୍ମକ୍ଷେତ୍ରରେ ଅବସର ନେଇଥାଏ କିନ୍ତୁ ନିଜେ ଆହରଣ କରିଥିବା ଜ୍ଞାନ,ବିଦ୍ୟା, ବୁଦ୍ଧି ଓ ଜୀବନର ଅନୁଭୂତି ରେ ଅବସର ନେଇ ନଥାଏ।

ମୋଟା ମୋଟୀ ଭାବରେ ଆମେ ଆମ ଜୀବନରେ ସଫଳ ହେବାକୁ ହେଲେ ବରିଷ୍ଠ ଙ୍କୁ ସମ୍ମାନ ଦେବା ନିହାତି ଦରକାର ବୋଲି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ପ୍ରକାଶ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ମଞ୍ଚରେ ବାଲାଜୀ ଠାକୁର ଅବସରପ୍ରାପ୍ତ କର୍ମଚାରୀ ସଙ୍ଘର ଉପସଭାପତି ହରିଶ୍ଚନ୍ଦ୍ର ସାହୁ, ସମ୍ପାଦକ ରାଧାକୃଷ୍ଣ ମହାନ୍ତି, ସଭ୍ୟ ଚିତ୍ରସେନ ସାହୁ,ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ପ୍ରଧାନ ଏବଂ ସହକାରୀ ଯନ୍ତ୍ରୀ ଗୋବିନ୍ଦ ଗୌଡ଼ ପ୍ରମୁଖ ଉପସ୍ଥିତ ରହି ସମାଜ ଉପରେ ନିଜର କିଛି ଆଭିମୁଖ୍ୟ ପ୍ରକାଶ କରିଥିଲେ। ଶେଷରେ ବିଭିନ୍ନ ସ୍କୁଲରେ ହୋଇଥିବା ପ୍ରତିଯୋଗିତାରେ କୃତ୍ତିତ୍ଵ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ବାରା ମାନପତ୍ର ଦେଇ ଓ ପ୍ରତ୍ୟେକ ପଞ୍ଚାୟତର ଜଣେ ଲେଖାଏଁ ବରିଷ୍ଠ ନାଗରିକ ଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ମାନ କରଯାଇଥିଲା। କାର୍ଯ୍ୟକ୍ରମ ପରିଶେଷରେ ସାମାଜିକ ସୁରକ୍ଷା ଅଧିକାରୀ ଜୟଦେବ ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.