ବୋମା ବିସ୍ଫୋରଣରେ ଯବାନ ସହିଦ: ଦୁଇ ଗୁରୁତର

add-all

ରାଉଲକେଲା: ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକର ଜରାଇକେଳା ପଞ୍ଚାୟତ ସୀମାନ୍ତରେ ଥିବା ଝାଡ଼ଖଣ୍ଡସ୍ଥିତ ସରଣ୍ଡା ଜଙ୍ଗଲରେ ମାଓବାଦୀମାନେ ପୁଣି ଥରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ନିଜର ଉପସ୍ଥିତି ଜାହିର କରିଛନ୍ତି । ଏକ ଭୟଙ୍କର ବିସ୍ଫୋରଣରେ ସିଆରପିଏଫ୍‌ର ଜଣେ ଯବାନ ସହିଦ ହୋଇଥିବାବେଳେ ଦୁଇ ଜଣ ଆହତ ହୋଇଥିବା ସୂଚନା ମିଳିଛି। ସହିଦ ଯବାନଙ୍କ ନାମ କାନଷ୍ଟେବଳ ମହେନ୍ଦ୍ର ଲକସର ବୋଲି ଜଣାପଡିଛି। ଦୁଇ ଆହତ ଯବାନ ରାମକୃଷ୍ଣ ଗଗରାଇ ଏବଂ ଇନ୍ସପେକ୍ଟର କୌଶଳ ମିଶ୍ରଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆଜି ଉଭୟଙ୍କୁ ସେଠାରୁ ଏୟାରଲିଫ୍ଟ କରାଯାଇଥିବା ସୂଚନା ମିଳିଛି।

ad-week
Leave A Reply

Your email address will not be published.