ଆସିକା ପୋଲିସ ପକ୍ଷରୁ ଅପରେସନ ଅଗ୍ନି ମିସେନ୍ ଦ୍ୱାରା ବିପୁଳ ପରିମାଣର ବାଣ ଜବତ…

add-all


ବ୍ରହ୍ମପୁର: ସାରା ରାଜ୍ୟରେ ପୋଲିସ ପକ୍ଷରୁ ଅପରେସନ ଅଗ୍ନି ମିସେନ୍ ରୁ ବେଆଇନ ବାଣ ଜବତ ସିଲସିଲା ଜାରି ରହିଛି। ଡିଜିପିଙ୍କ ଫର୍ମାନ କୁ ଫୋଲୋ କରି ଆସିକା ଥାନା ଅଧିକାରୀ କୁଳମଣୀ ସେଠୀଙ୍କ ସମେତ ସ୍ୱତନ୍ତ୍ର ସ୍କୁଆଡ଼ ଦ୍ୱାରା ଆସିକା ଖମ୍ବେଶ୍ବରୀ ପାଟଣା ସ୍ଥିତ ଦୀପକ ମହାନ୍ତି ନାମକ ବ୍ୟକ୍ତିଙ୍କ ବାସ ଗୃହରୁ ଦୁଇ ଲକ୍ଷରୁ ଉର୍ଦ୍ଧ ଟଙ୍କାର ବାଣ ପୋଲିସ ଜବତ କରିଛି। ଏନେଇ ଆସିକା ଥାନାରେ ୫୮୭/୨୫ ରେ ଏକ ମାମଲା ରୁଜୁ କରାଯଇଛି।ଏହି ବାଣ ଜବତ ପରେ ଆସିକା ସହରରେ ବେଆଇନ ଭାବେ ନିଜ ନିଜର ଗୁପ୍ତ ଗୋଦାମ ରେ ଗଚ୍ଛିତ ରଖିଥିବା ବ୍ୟବସାୟୀ ମାନଙ୍କ ମଧ୍ୟରେ ଛନକା ପଶିଥିବା ଲକ୍ଷ କରାଯାଇଛି। ଏଥି ପୂର୍ବରୁ ଆସିକା ପୋଲିସ ପକ୍ଷରୁ ନଳ ବଣ୍ଟା ଗ୍ରାମରୁ ଲକ୍ଷାଧିକ ଟଙ୍କା ର ବେଆଇନ ବାଣ ପ୍ରସ୍ତୁତି ବେଳେ ବାଣ ସମେତ ବାଣ ପ୍ରସ୍ତୁତି ସାମଗ୍ରୀ ଜବତ କରିବା ସହ ବାଣ ପ୍ରସ୍ତୁତ କର୍ତ୍ତାଙ୍କୁ ଗିରଫ କରାଯାଇ ଥିଲା। ଆସିକା ଅଞ୍ଚଳ ରେ ବେଆଇନ ବାଣ ବିକ୍ରିକାରୀ ଙ୍କୁ ପ୍ରୋଚ୍ଛାହ୍ନ ଦିଆଯିବ ନାହିଁ, ବୋଲି ଥାନା ଅଧିକାରୀ କୁଳମଣୀ ସେଠି ପ୍ରକାଶ କରିଛନ୍ତି।

ad-week
Leave A Reply

Your email address will not be published.