ପୋଖରୀରୁ ୧୦ ଫୁଟିଆ ବଉଳା କୁମ୍ଭୀର ଉଦ୍ଧାର

youtube

ମହାକାଳପଡ଼ା : ଗାଁ ପୋଖରୀରେ କୁମ୍ଭୀର, ଲୋକେ ଭୟଭୀତ । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଦତ୍ତପୁର ଗାଁରେ ଏକ ପୋଖରୀରୁ ୧୦ ଫୁଟିଆ ବଉଳା କୁମ୍ଭୀର ଉଦ୍ଧାର କଲା ବନ ବିଭାଗ। ଗାଁ ପୋଖରୀରେ କୁମ୍ଭୀର ଭାସୁଥିବା ଦେଖି ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ ଟିମ ଗାଁରେ ପହଞ୍ଚିବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲାର।  ଗ୍ରାମବାସୀ ଏଥିରେ ସହଯୋଗ କରିଥିଲେ।  ଉଦ୍ଧାର ହେବା ପରେ କୁମ୍ଭୀରକୁ ବନ ବିଭାଗ ଗଳିଆ ନଦୀରେ ଛାଡି ଦେଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.