
କେଉଁ ଅଦୃଶ୍ୟ ଶକ୍ତି ଯୋଗୁଁ ବାବୁ ମାନେ ବାଲି ମାଫିଆ କୁ ହାତ ମାରିବାକୁ ଏତେ ଭୟ …?
ବ୍ରହ୍ମପୁର: ଆସିକା ଅଞ୍ଚଳର ସୁନାମ୍ବ ସାହି ଦେଇ ଯାଉଥିବା ଚୋରା ବାଲି ଚାଲାଣ କାରୀଙ୍କୁ ପ୍ରଶାସନ ପକ୍ଷରୁ ସମ୍ପୂର୍ଣ ଛୁଟ ଦେଇଥିବା ଦେଖିବାକୁ ମିଳିଛି। ଆସିକା ଅଞ୍ଚଳ ରେ ସମସ୍ତ ଲିଜ ଧାରୀ ବାଲି ଘାଟ ସମ୍ପୂର୍ଣ୍ଣ ଭାବେ ଦୀର୍ଘ ଦୁଇ ମାସ ହେଲା ବନ୍ଦ ରହିଛି। ସଞ୍ଜନଇଁଲେ ଆସିକା ସୁନାମ୍ବ ସାହି ଦେଇ ରୀତିମତ ବିନା ୱାଇ-ଫର୍ମ ବିନା ଟିପି ଓ ଓଭର ଲୋଡ଼ କରି ଚୋରାରେ ବାଲି ଚାଲାଣ ହେଉଛି। ବାବୁ ମାନେ କିଏ କେଉଁ ବିଭାଗ କୁ ଆକ୍ଷେପ କରି ଚୁପଚାପ ମାସିଆରି ବଟି ନେଇ ଚାତକ ଭଳି ଚାହିଁ ବସିଛନ୍ତି ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି। ଗ୍ରାମ ବାସୀଙ୍କ ମାନଙ୍କ ପକ୍ଷରୁ ଜୋର ଦାର ଆନ୍ଦୋଳନ ହେଲେ ଖଣି ବିଭାଗ ହେଉ କି ରାଜସ୍ବ ବିଭାଗ ପୂର୍ବ ସୂଚନା ଦେଇ ଖାଲି ହାଇୱା ଜବତ କରି ପୋଲିସ ଜିମା ଦେଇ ପୁଣି ଲେଖା ଛିଡି଼ବା ପରେ ଗାଡ଼ି ଗୁଡିକୁ ଛାଡ଼ି ଦେଉଥିବା ସବୁବେଳେ ଆଲୋଚନା ହେଉଛି। ବେଳେବେଳେ ଅଦୃଶ୍ୟ ଶକ୍ତିର ଚାପ ଓ ମାଡ ଭୟରେ ଜବତ ଗାଡିକୁ ସ୍ୱଳ୍ପ ଜରିମାନା କରି ଛାଡ଼ି ଦେଉଥିବା କୁ ନେଇ ଚର୍ଚ୍ଚା ହେଉଛି। କର୍ମଚାରୀ ଅଭାବ ଆମର ଅଧିନରେ ନାହିଁ ଆମର ଅଧିକାର ନାହିଁ ବୋଲି ଦାୟିତ୍ୱ ହୀନ ବକ୍ତବ୍ୟ ଦେଇ ବର୍ତ୍ତୀ ଯାନ୍ତି। ସୁନାମ୍ବ ସାହି ଦେଇ ଯାଉଥିବା ବାଲି ବୋଝେଇ ହାଇୱା, ଟିପର, ଟ୍ରକ ସହ ସାହି ବାସିନ୍ଦା ମାନଙ୍କ ପାଟିତୁଣ୍ଡ ହେବା ସହ ଦୀର୍ଘ ସମୟ ଗାଡ଼ିକୁ ଅଟକ ରଖି ଖଣି ବିଭାଗ କୁ ଖବର ଦେଲେ ବାବୁ ଫୋନ ରିସିଭ କରନ୍ତିନି ବୋଲି ସାହି ବାସିନ୍ଦା ଅଭିଯୋଗ କରିଛନ୍ତି। ବାଲି ଗାଡ଼ି ଯାତାୟାତ ଯୋଗୁଁ ରାସ୍ତାରେ କାଦୁଅ ସର ସର ହେବା ଫଳରେ ଦୁଇ ଚକିଆ ଯାନବାହାନ ଯାତାୟାତ ବେଳେ ଦୁର୍ଘଟଣାର ଶିକାର ବି ହେଉଛନ୍ତି। ବର୍ତ୍ତମାନ ଆସିକା ଅଞ୍ଚଳରେ ଅନ୍ୟ ବାଲି ଘାଟ ବନ୍ଦ ଥିବା ଯୋଗୁଁ ମାତ୍ରାଧିକ ଦରରେ ବାଲି ବିକ୍ରି ହେଉଛି। ଭଞ୍ଜନଗର ପରିବହନ ବିଭାଗ ଧର୍ମକୁ ଆଖିଠାର ଭଳି ଅନ୍ୟ ଓଭର ଲୋଡ଼ ଗାଡିକୁ ଧରପଗଡ଼ କରୁଥିଲେ ବି ବାଲି ମାଫିଆ ମାନଙ୍କ ଲାଞ୍ଜରେ ହାତ ମାରିବାକୁ ସାହସ କରୁନାହାନ୍ତି, ନାଁ ଲେଖା ଛିଡେଇ ଦେଇଛନ୍ତି ବୋଲି ଆଲୋଚନା ହେଉଛି। ଖଣି, ରାଜସ୍ୱ, ପରିବହନ ବିଭାଗ ଆସିକା ରେ ବାପୁଙ୍କ ତିନି ବନ୍ଦର ଭଳି ଅଭିନୟ କରୁଥିବା ଚର୍ଚ୍ଚା ହେଲାଣି। ଏହି ମାଫିଆ ପ୍ରତି କୁଆଡେ ପ୍ରଶାସନ ଓ ନେତାଙ୍କ ଆଶ୍ରିବାଦ ରହିଛି l ନେତାଙ୍କ ଇସାରା ରେ ଏହି ବାଲି ଚାଲାଣ ହେଉଛି ତେଣୁ ପ୍ରଶାସନ ମଧ୍ୟ ହାତ ମାରୁନି l ବାବୁଙ୍କ ଆଦେଶ ରେ ପ୍ରତି ମାସ ରେ ଯାହାକୁ ଯେଉଁ ପରିମାଣ ରେ ପ୍ରସାଦ ପହଞ୍ଚି ଯାଉଛି l ଯାହାଫଳରେ ବେଧଡ଼କ ଚୋରା ବାଲି ଚାଲାଣ ହେଉଛି l ପୋଲିସ ପ୍ରଶାସନ ମଧ୍ୟ ସବୁ ଜାଣି ନାଚାର l ସରକାର ଙ୍କ କୋଟି କୋଟି ଟଙ୍କାର ରାଜସ୍ୱ ହାନି ହେଉଥିବା ବେଳେ ନେତା ଓ ପ୍ରଶାସନ ର ରାଜସ୍ବ ଦିନକୁ ଦିନ ବଢ଼ିବାରେ ଲାଗିଛି l ମାଫିଆ ମାନେ ଅର୍ଥ ବଳ ଏବଂ ଗୁଣ୍ଡା ବଳ ରେ ଏବେ ବଳିୟାନ ଅଭିଯୋଗ କଲେ ମିଳୁଛି ଧମକ ତେଣୁ ସଚେତନ ନାଗରିକ ମହଲ ରେ ଭୟର ସଂଚାର ହବୁଥିବା ଜଣା ପଡୁଛି l ଇତିହାସ ସାକ୍ଷୀ ଅଛି ଏହି ଚୋରା ବାଲି ପାଇଁ କେତେଯେ ମୁଣ୍ଡ ଗଡିଛି ଏବଂ ଆଗକୁ ମଧ୍ୟ ଅନେକ ମୁଣ୍ଡ ଗଡ଼ିବା ସମ୍ଭାବନା ଦେଖା ଗଲାଣି l ତେଣୁ ରାଜ୍ୟ ସରକାର ଏବଂ ପ୍ରଶାସନ ଯତ୍ନବାନ ହେବାକୁ ସାଧାରଣ ରେ ଦାବୀ ହେଉଛି l