ନୂଆପଡାରେ କଂଗ୍ରେସ ସ୍ଥିତି ବହୁତ ଭଲ ରହିଛି: ଭକ୍ତ

add-all

ନୂଆପଡ଼ା: ନୂଆପଡ଼ାରେ କଂଗ୍ରେସ ସ୍ଥିତି ବହୁତ ଭଲ ରହିଛି।  ଏଥର ତ୍ରିକୋଣୀୟ ଲଢ଼େଇ ହେବ ନାହିଁ। କଂଗ୍ରେସ ହାତକୁ ଏହି ଆସନ ଯିବ। ଏଭଳି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଦାସ।

ସେ କହିଛନ୍ତି, ନୂଆପଡ଼ାରେ କଂଗ୍ରେସ ପାର୍ଥୀ ଘାସିରାମ ମାଝୀ ଜଣେ ସାଲିସ ବିହୀନ ସଂଗ୍ରାମୀ। ସେ ସୁଖଦୁଃଖରେ ଲୋକଙ୍କ ସହ ରହିଛନ୍ତି। ପୂର୍ବ ନିର୍ବାଚନରେ ଆମେ ତାଙ୍କୁ ଟିକେଟ ଦେଇପାରି ନ ଥିଲେ। ଏବେ ଆମେ ଭୁଲ ସଂଶୋଧନ କରିବାକୁ ତାଙ୍କୁ ଟିକେଟ ଦେଇଛୁ। ନୂଆପଡ଼ାରେ କଂଗ୍ରେସ ଦଳ ସହ ତାଙ୍କର ମଧ୍ୟ ପକେଟ ଭୋଟ ରହିଛି। ତାହା ଆମକୁ ସହାୟତା ଦେବ ବୋଲି କହିଛନ୍ତି ଭକ୍ତି।

ଭକ୍ତ ଆହୁରି କହିଛନ୍ତି ଯେ, ନୂଆପଡ଼ାରେ ବର୍ତ୍ତମାନ ଯେଉଁ ରାଜନୈତିକ ମାହୋଲ ରହିଛି, ଜଣାପଡୁଛି ବିଜେପି ଏବଂ ବିଜେଡି କର୍ମକର୍ତ୍ତାଙ୍କ ଭୋଟ ହିଁ ବିଜେପି ପ୍ରାର୍ଥୀଙ୍କୁ ପରାଜିତ କରାଇବ। ବିଜେଡି ଭୋଟ ଆମ ପାଖକୁ ଆସିବ। ସେମାନେ ହାର ମାନି ସାରିଲେଣି। ସେଠାରେ ଆଉ ତ୍ରିକୋଣୀୟ ଲଢ଼େଇ ହେବ ନାହିଁ। ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ପରେ ଜୟ ଢୋଲକିଆଙ୍କ ପାଇଁ ଲୋକଙ୍କ ମନରେ ନିଶ୍ଚିତ ସହାନୁଭୂତି ରହିଥିଲା। କିନ୍ତୁ ବିଜେଡି ଛାଡିକି ଜୟ ଢୋଲକିଆ ନିନ୍ଦିତ ହୋଇଛନ୍ତି। ଏବେ ସେହି ସହାନୁଭୂତି ଆଉ ଜୟଙ୍କୁ ମିଳିବ ନାହିଁ। ଜୟ ଢୋଲକିଆଙ୍କର ସ୍ବର୍ଗତ ରାଜେନ୍ଦ୍ର ବାବୁଙ୍କ ସହ କଣ ସମ୍ପର୍କ ତାହା ସେ କହିପାରିବି ନାହିଁ ବୋଲି ଭକ୍ତ କହିଛନ୍ତି। ଆସନ୍ତା ୧୯ ତାରିଖରେ କଂଗ୍ରେସ ପାର୍ଥୀପତ୍ର ଦାଖଲ କରିବ। ସମସ୍ତ ବରିଷ୍ଠ ନେତାଙ୍କ ସହ ବିରାଟ ଶୋଭାଯାତ୍ରାରେ ଯାଇ ଦଳର ପ୍ରାର୍ଥୀ ଘାସିରାମ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ସେ କହିଛନ୍ତି।

ad-week
Leave A Reply

Your email address will not be published.