ଡାକ୍ତରଖାନାରୁ ଜୋର ଜବରଦସ୍ତି ନେଇଗଲେ ମୃତଦେହ

add-all

ଅନୁଗୋଳ: ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଜୋର ଜବରଦସ୍ତି ନେଇଗଲେ ମୃତଦେହ। ହିଙ୍ଗୁଳା ଖଣି ନିକଟରେ ଟ୍ରକ ଧକ୍କାରେ ଜଣେ ଯୁବକ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ସମ୍ପର୍କୀମାନେ ମୃତଦେହ ଧରି ପଳାଇଥିଲେ। ମୃତକ ହେଲେ ସାକସିଙ୍ଗା ଗାଁର ରଜତ ନାୟକ(୨୭) ।

ସୂଚନା ଅନୁସାରେ, ସାକସିଙ୍ଗା ଗ୍ରାମର ରଜତ ନିଜେ ଗାଡ଼ି ମାଲିକ ଥିବାବେଳେ ନିଜ ଗାଡି ନିଜେ ଚଳାନ୍ତି । ଆଜି ‌ହିଙ୍ଗୁଳା କୋଲ୍ କରିଡ଼ରରେ ଗାଡିରଖି ଚାଲିଚାଲି ଯାଉଥିବା ବେଳେ ପଛରୁ ଏକ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା । ଯାହା ଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ମୃତ ଶରୀରକୁ ଗ୍ରାମବାସୀ ଡାକ୍ତରଖାନାରୁ ଜୋରଜବରଦସ୍ତ ନେଇ ଯିବାକୁ ଚେଷ୍ଟା କରିଥିଲେ। ମେଡ଼ିକାଲ ସୁରକ୍ଷାକର୍ମୀ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ କିଛି ଶୁଣି ନ ଥିଲେ । ୨୦ରୁ ୩୦ ଜଣ ଲୋକ ଜବରଦସ୍ତି ଏକ ଆମ୍ବୁଲାନ୍ସରେ ମୃତଦେହ ନେଇ ଚାଲିଯାଇଥିଲେ। ନେବାବେଳେ ଜଣେ ସୁରକ୍ଷା କର୍ମୀ ଆହତ ମଧ୍ୟ ହୋଇଛନ୍ତି।

ad-week
Leave A Reply

Your email address will not be published.