ବାଇକ୍କୁ ଧକ୍କା ଦେଲା କାର୍, ୨ ମୃତ

youtube

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ଆଜମଗଡ ଜିଲ୍ଲାରେ ବଡ଼ ଅଘଟଣ ଘଟିଛି । ଏହି ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ଘଟିଛି । ଦ୍ରୁତଗାମୀ କାର୍ ମୋଟରସାଇକେଲ ଆରୋହୀଙ୍କୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନା ପାଇବା ମାତ୍ରେ ପୋଲିସ ପହଞ୍ଚି ମାମଲା ରୁଜୁ କରିବା ସହ କାର୍ ଚାଳକଙ୍କୁ ଖୋଜିବା ଆରମ୍ଭ କରିଛି । ଏଥିସହ ପୋଲିସ ମୃତଦେହକୁ ପୋଷ୍ଯମର୍ଟମ ପାଇଁ ପଠାଇଛି ।

ସୂଚନାନୁଯାୟୀ, ଏକ ଦ୍ରୁତଗାମୀ କାର ଧକ୍କା ଦେବାରୁ ଦୁଇଜଣ ମୋଟରସାଇକେଲ ଆରୋହୀଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଖାନକାହ ବହରମପୁର ଅଞ୍ଚଳର ବାସିନ୍ଦା ରମେଶ (୨୫) ଏବଂ ଜୁଗନୁ(୨୮) । ଶନିବାର ରାତିରେ ସେମାନେ ଲାଟଘାଟ ବଜାରରେ ଆୟୋଜିତ ହୋଇଥିବା ଏକ ମେଳାରୁ ଫେରୁଥିବା ସମୟରେ ଏପରି ଦୁର୍ଘଟଣା ଘଟିଥିଲା ବୋଲି ପୋଲିସ କହିଛି । କାର୍ ଡ୍ରାଇଭର ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି । ଏହାରି ମଧ୍ୟରେ ପୋଲିସ ମାମଲା ରୁଜୁ ଡ୍ରାଇଭରକୁ ଖୋଜିବା ଆରମ୍ଭ କରିଛି ।

Leave A Reply

Your email address will not be published.