ପ୍ରବଳ ବର୍ଷାରେ ଉବୁଟୁବୁ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକ ହନ୍ତସନ୍ତ

youtube

ଭୁବନେଶ୍ବର: ଉବୁଟୁବୁ ସୂର୍ଯ୍ୟ ମନ୍ଦିର। ପୁରୀ ଜିଲ୍ଲାର କୋଣାର୍କ, ଗୋପ ଓ ନିମାପଡ଼ା ଅଞ୍ଚଳରେ ପ୍ରବଳ ଘଡଘଡି ସହ ବର୍ଷା ଲାଗି ରହିଛି । ବର୍ଷା ଯୋଗୁଁ ପର୍ଯ୍ୟଟକ ହନ୍ତସନ୍ତ । ପବନର ମାତ୍ରା ଅଧିକ ନାହଁ । ହେଲେ ପ୍ରାୟ ୧ ଏଣ୍ଟା ଧରି ବର୍ଷା ଲାଗି ରହିଥିଲା । ବର୍ଷା ଯୋଗୁଁ କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲିବାରେ ପର୍ଯ୍ୟଟକଙ୍କୁ ଅସୁବିଧା ହେଉଛି।

ସେହିପରି ଉବୁଟୁବୁ ବଡ଼ଦାଣ୍ଡ। ପୁରୀରେ ଆଜି ସକାଳୁ ପ୍ରବଳ ବର୍ଷା ହୋଇଛି। କିଛି ସମୟ ବର୍ଷା କାରଣରୁ ବଡ଼ଦାଣ୍ଡରେ ଜମିଛି ପାଣି l ଫଳରେ ଭକ୍ତମାନେ ଓଦା ହୋଇ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଉଛନ୍ତି। ଆଜି ପୁରୀରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ପ୍ରବଳ ବର୍ଷା ସହ ପବନ ବୋହୁଛି।

Leave A Reply

Your email address will not be published.