ଶ୍ରାଦ୍ଧ ବାର୍ଷିକୀରେ ନବରତ୍ନପୁରଠାରେ ରକ୍ତଦାନ ଶିବିର ଅନୁଷ୍ଠିତ.!

ବ୍ରହ୍ମପୁର : ଆସିକା ବ୍ଳକ ଅନ୍ତର୍ଗତ ନବରତ୍ନପୁର ସ୍ଥିତ ପାଠାଗାର ରେ ଆଜି ସ୍ବର୍ଗତ ବିପ୍ର ଚରଣ ନାୟକ ଙ୍କ ପ୍ରଥମ ଶ୍ରାଦ୍ଧ ବର୍ଷିକୀ ଅବସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିରକୁ ତାଙ୍କ ସ୍ତ୍ରୀ ଶାନ୍ତିଲତା ନାୟକ,ପୁଅ ରଘୁନାଥ ନାୟକ,ସଞ୍ଜୟ ନାୟକ ରକ୍ତ ଭଣ୍ଡାର ର ଡାକ୍ତର ଟୁନୁ ଭାତ୍ରିଆ ପ୍ରଦୀପ ପ୍ରଜ୍ଵଳନ କରି ଶୁଭାରମ୍ଭ କରିଥିଲେ। ଏହି ଶିବିରରେ ପାଞ୍ଚ ଜଣ ମହିଳା  ରାଜେଶ୍ୱରୀ ନାୟକ,ସିଲି ମଲିକ, ସୁନିତା କୁମାରୀ ନାୟକ, ବର୍ଷାରାଣୀ ନାୟକ, ରୋଜାଳିନ ନାହାକ ଙ୍କ ସମେତ ଟିଟୁ ପଳାଇ, ଅଶୋକ ସାହୁ, ସୁନୀଲ କୁମାର ସାବତ, ରାଜେଶ ନାହାକ, ଶଙ୍କର ବେହେରା, ଅଜିତ ମୁନି, ଶରତଚନ୍ଦ୍ର ପଳାଇ, ବାବୁ ଜହ୍ନ ପ୍ରଧାନ, ଭରସା ପ୍ରଧାନ,ଆକାଶ ବେହେରା,ସିଦ୍ଧାନ୍ତ ବିଶ୍ୱାଳ, ଧୃବ ଚରଣ ଗୌଡ଼, ମୁନା ଗୌଡ଼, ହରେକୃଷ୍ଣ ପ୍ରଧାନ, ସୁନୀଲ ବିଶ୍ୱାଳ, ସାଗର ପ୍ରଧାନ, ଯୋଗେନ୍ଦ୍ର କୁମାର ବେହେରା, ବାଦଲ ପ୍ରଧାନ, ସୁଦାମ ନାୟକ, ମିଟୁ ପଳାଇ,ଲଳକୃଷ୍ଣ ପ୍ରଧାନ, ଅନୀଲ କୁମାର ଗୌଡ଼, ପବିତ୍ର କୁମାର ପ୍ରଧାନ, ବବରୁ ଗୌଡ଼, ବାଦଲ କୁମାର ପ୍ରଧାନ,ତାରାପ୍ରସାଦ ପ୍ରଧାନ, ଚନ୍ଦନ ମଲିକ, ପ୍ରବୀଣ ବେହେରା ରକ୍ତଦାନ କରିଛନ୍ତି। ବର୍ତ୍ତମାନ ପରିସ୍ଥିତି ରେ ରକ୍ତ ର ଆବଶ୍ୟକତା ପୁରଣ  ପାଇଁ ଗ୍ରାମାଞ୍ଚଳ ରେ ରକ୍ତଦାନ ଶିବିର ଆୟୋଜନ ପାଇଁ ନବର୍ତନପୁର ଗ୍ରାମବାସୀ ଙ୍କ ପକ୍ଷରୁ ଶିବିର ସଫଳତା ର ସହିତ ଆୟୋଜନ ହୋଇଛି। ସମ୍ବାଦ ପ୍ରତିନିଧି  ଗିରିଶ କୁମାର ତ୍ରିପାଠୀ ଙ୍କ ସଂଯୋଜନା ରେ ଓ ଜୀବନଧାରା ର କୋଷାଧ୍ୟକ୍ଷ ଦୀପକ କୁମାର ଖଟେଇ, ବିଘ୍ନରାଜ ପ୍ରଧାନ, ସ୍ବପ୍ନେଶ୍ବର ବେହେରା, ଧବଳେଶ୍ବର ବେହେରା,ଦ୍ବିତୀକୃଷ୍ନ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।ରକ୍ତ ଭଣ୍ଡାର ରୁ ଡାକ୍ତର ଟୁନୁ ଭତ୍ରୀଆ ନେତୃତ୍ୱରେ ପ୍ରଦୀପ କୁମାର ସୁବୁଦ୍ଧି, ଆଲୋକ ମାହାନ୍ତି ଙ୍କ ସହିତ ଏକ ଟିମ ରକ୍ତ ସଂଗ୍ରହ କରିଛନ୍ତି।

ad-week
Leave A Reply

Your email address will not be published.