ପୁଟିନଙ୍କୁ ଟ୍ରମ୍ପଙ୍କ ଧମକ, ଯୁଦ୍ଧ ବନ୍ଦ ନ କଲେ ୟୁକ୍ରେନକୁ ଦେବେ ଟୋମାହକ୍ ମିସାଇଲ

youtube

ଆମେରିକା : ରୁଷକୁ ପୁଣିଥରେ ଚେତାବନୀ ଦେଲେ ଟ୍ରମ୍ପ ।  ଯଦି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନରେ ଯୁଦ୍ଧ ବନ୍ଦ ନ କରନ୍ତି, ତେବେ ସେ ୟୁକ୍ରେନକୁ ଦୂରଗାମୀ ଟୋମାହକ୍ କ୍ଷେପଣାସ୍ତ୍ର ଦେଇପାରିବେ ବୋଲି ଟ୍ରମ୍ପ କହିଛନ୍ତି । ଟ୍ରମ୍ପ ଇସ୍ରାଏଲ ଯାଉଥିବା ସମୟରେ ଏହି ମନ୍ତବ୍ୟ ଦେଇଥିବା କୌଣସି ଏକ ସୂତ୍ରରୁ ଜଣାପଡିଛି ।

ସୂଚନାନୁଯାୟୀ, ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ ଟୋମାହକ୍ କ୍ଷେପଣାସ୍ତ୍ର ସମେତ ଅସ୍ତ୍ରଶସ୍ତ୍ର ଦାବି ସମ୍ପର୍କରେ କଥା ହୋଇଛନ୍ତି ବୋଲି ଟ୍ରମ୍ପ କହିଛନ୍ତି । ୟୁକ୍ରେନ୍ ଟୋମାହକ୍ ଚାହାଁନ୍ତି ବୋଲି ଟ୍ରମ୍ପ କହିଛନ୍ତି । ଯଦି ଯୁଦ୍ଧ ବନ୍ଦ ନହୁଏ ତେବେ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଇବାର ଧମକ ଦେଇ ପୁଟିନଙ୍କୁ ଯୁଦ୍ଧ ଶେଷ କରିବାକୁ ଚାପ ପକାଉଛନ୍ତି ।

ଅନ୍ୟପଟେ ୟୁକ୍ରେନ ଟୋମାହକ୍ କ୍ଷେପଣାସ୍ତ୍ର ହାସଲ କରିବା ଦ୍ୱାରା ରୁଷର ସାମରିକ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିପାରିବ । ଯାହା ରୁଷର କମାଣ୍ଡ ସେଣ୍ଟର, ସାମରିକ ତାଲିମ ଘାଟି ଏବଂ ଯୋଗାଣ ଶୃଙ୍ଖଳା ଉପରେ ଆକ୍ରମଣ କରିବାକୁ ଅନୁମତି ଦେବ ।

Leave A Reply

Your email address will not be published.