କରୁର ଦଳାଚକଟା : ତଦନ୍ତ କରିବ CBI

youtube

ତାମିଲନାଡୁ : ଅଡୁଆରେ ସାଉଥ ସୁପରଷ୍ଟାର୍ ବିଜୟ । କରୁର ଦଳାଚକଟା ଘଟଣାର ହେବ CBI ତଦନ୍ତ । ତାମିଲନାଡୁ କରୁରରେ ଦଳାଚକଟାରେ ୪୧ଜଣଙ୍କ ମୃତ୍ୟୁ ହୋଇଥିଲା ।  ଘଟଣାର CBI ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ ।  ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଅଜୟ ରସ୍ତୋଗିଙ୍କ ତତ୍ତ୍ବାବଧାରେ ତଦନ୍ତ ହେବ । ଏହି ତଦନ୍ତକୁ ମନିଟର ପାଇଁ ୩ ଜଣିଆ କମିଟି ଗଠନ କରାଯିବ । ସାଉଥ ସୁପରଷ୍ଟାର  ତଥା TVK ନେତା ବିଜୟଙ୍କ ରାଲିରେ ଦଳାଚକଟା ହୋଇଥିଲା ।

ସୂଚନାଯୋଗ୍ୟ, ତାମିଲନାଡୁର କରୁରରେ ରାଲିରେ ଦଳାଚକଟା ଘଟି ୪୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିଲେ ।  ଟିଭିକେର ଅଭିଯୋଗ କରିଛି, କରୁରରେ ଦଳାଚକଟା ଏକ ଦୁର୍ଘଟଣା ନଥିଲା । ଏହା ଏକ ଅପରାଧ ମୂଳକ ଷଡ଼ଯନ୍ତ୍ର ଥିଲା । ଡିଏମକେ ସରକାରଙ୍କ ଦ୍ୱାରା ଏହି ଷଡ଼ଯନ୍ତ୍ର ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି ।

Leave A Reply

Your email address will not be published.