ବ୍ରହ୍ମପୁର ହାଇ ଫ୍ରୋଫାଇଲ ହତ୍ୟା କାଣ୍ଡ ଫୋଲୋପ୍….!
ପୋଲିସ କବ୍ଜାରେ ଚୋରା ବାଲି ସମ୍ରାଟ ଏବେ ମଦ ମାଫିଆ ବି ପୋଲିସର ସ୍କାନାର ରେ…..!

ପୀତବାସ ଙ୍କ ହତ୍ୟା ରହସ୍ୟ ରୁ ପରଦା ଉଠିବ କେବେ…??
ବ୍ରହ୍ମପୁର: ବ୍ରହ୍ମପୁର ବିଜେପି ନେତା ତଥା ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟା ପରେ ପୋଲିସ ସ୍କାନାର ରେ ବହୁ ଅପରାଧି ଙ୍କୁ ଘନ ଘନ ଜେରା ଜାରି। ଗଞ୍ଜାମ ଜିଲ୍ଲାର ଚୋରା ବାଲି ସମ୍ରାଟ କୁ ପୋଲିସ ତାର କବ୍ଜାରେ ନେବା ପରେ ଏବେ ମଦ ବ୍ୟବସାୟୀ ମାନେ ପୋଲିସ ସ୍କାନେର ଥିବା ନେଇ ଚର୍ଚ୍ଚାର ବିଷୟ ପାଲଟିଛି। ଜିଲ୍ଲାର ମଦ ବ୍ୟବସାୟୀ ଓ ମହୁ ମାଛିଙ୍କୁ ବି ପୋଲିସ ଉଠାଇବା ପାଇଁ ଜାଲ ବିଛାଇ ଥିବା ଆଲୋଚନା ହେଉଛି। ହତ୍ୟା କାଣ୍ଡ ହେବାର ଦିନ ଯେତିକି ଗଡୁଛି ପୋଲିସ ନିକଟରେ ସେତିକି ନୂଆ ନୂଆ ତଥ୍ୟ ମିଳୁଥିବା ନେଇ ଆଲୋଚନା ହେଉଛି। ବାଲି, ଜମି, ମଦ ପରେ ଏବେ ମହୁମାଛିଙ୍କ ବିଷୟ ରେ ସହର ସାରା ଚର୍ଚ୍ଚା ଜୋର ଧରିଛି। ପୋଲିସ ରାତି ଦିନ ଏକ କରି ରାଜ୍ୟ ବାହାରେ ବି ଛାନ ଭିନ କରୁଛି, ବ୍ରହ୍ମପୁର ଏସ. ପି ଡାକ୍ତର ଶ୍ରବଣା ବିବେକ ଏମ କୌଣସି ଦିଗକୁ ଛାଡୁ ବା ଦେଖା ଯାଉନି ଏବଂ ବହୁତ କମ ଦିନରେ ଏହି ହତ୍ୟାକାଣ୍ଡ ରୁ ପରଦା ହଟିବ ବୋଲି ପୋଲିସ ସୂତ୍ରରୁ ଜଣା ପଡିଛି l ସୂଚନା ଥାଉକି ପୋଲିସ ସ୍କାନେର ରୁ ବର୍ତ୍ତିବା ପାଇଁ ମଦ ବାଲି ମାଫିଆ ମାନେ ନେତାଙ୍କ ନିକଟରେ ଗୁହାରି ପଡ଼ି ସବୁ ପ୍ରକାର ଲେଖା ଛିଡେଇବା ପାଇଁ ଚେଷ୍ଟା କରୁଥିବା ମଧ୍ୟ ଚର୍ଚ୍ଚା ହେଲାଣି। କିଏ କାହା ଲେଖା ଛିଡେଉଛି ତାହା ସମୟ କହିବ। ଏପଟେ ପୀତବାସ ପଣ୍ଡା ଙ୍କ ଭାଇ ଗଣମାଧ୍ୟମ ଆଗରେ ସ୍ପଷ୍ଟ କରିଛନ୍ତି ବିଳମ୍ବ ହେଉ କିନ୍ତୁ ମୁଖ୍ୟ ଅପରାଧୀ ସହିତ ହତ୍ୟାକାରୀ ଙ୍କ ପଛରେ କିଏ ଏବଂ କେଉଁ କାରଣ ରୁ ମୋ ଭାଇକୁ ହତ୍ୟା କରାଗଲା ତାହା ପୋଲିସ ସ୍ପଷ୍ଟ କରିବା ଉଚ୍ଚିତ l ପୋଲିସ ପାଖରେ ସୁରାକ ଲାଗିଲାଣି କେବଳ ଅପେକ୍ଷା ମାତ୍ର l ପୋଲିସ ର ତଦନ୍ତ ଯେତେ ବିଳମ୍ବ ହେଉଛି ଅପରାଧୀ ମାନଙ୍କ ହୃଦସମ୍ପନ୍ଦନ ବଢ଼ିବାରେ ଲାଗିଛି l ଆଶା କରାଯାଉଛି ଅପରାଧୀ ମାନେ ଯେଉଁ ଭଳି ଭାବରେ ତିଥି ବାର ଦେଖି ହତ୍ୟା ରଚିଲେ ଠିକ ସେହିଭଳି ପୋଲିସ ବି ଦିନ ଦେଖି ଅପରାଧୀ ମାନଙ୍କୁ ଲୋକ ଲୋଚନ କୁ ଆଣିବ, ହୁଏତ ଆଶା କରାଯାଉଛି ପୀତବାସ ଙ୍କ ବାର ଦିନ ତିଥିରେ ପୋଲିସ ରହସ୍ୟ ରୁ ପରଦା ହଟାଇବ l