କାର୍ତ୍ତିକ ମାସ ଉପଲକ୍ଷେ ଶ୍ରୀ ଜଗନ୍ନାଥ ମନ୍ଦିରରେ ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମ

youtube

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପରିସର ରେ କାର୍ତ୍ତିକ ମାସ ଉପଲକ୍ଷେ ଏକ ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମ ଚଳିତ ମାସ ୧୭ ଓ ୧୮ ତାରିଖ ଦୁଇଦିନ ଧରି ସନ୍ଧ୍ୟା ୫ ଘଣ୍ଟ ରେ ଆୟୋଜିତ କରାଯିବା ପାଇଁ ଟ୍ରଷ୍ଟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି l ଏଥିରେ ଓଡ଼ିଶାର ବିଶିଷ୍ଟ ବୈଦିକ ବିଦ୍ୱାନ, ଖୋର୍ଦ୍ଧା ଜିଲ୍ଲା ପରିଚ୍ଛଳ ଗ୍ରାମ ସ୍ଥିତ ଦୟାନନ୍ଦ ଆଦର୍ଶ ଗୁରୁକୂଳର ପ୍ରତିଷ୍ଠାତା ତଥା ଓଟିଭି ଚ୍ୟାନେଲରେ “ସର୍ବେ ଭବନ୍ତୁ ସୁଖୁନଃ” କାର୍ଯ୍ୟକ୍ରମର ନିୟମିତ ପ୍ରବଚକ ଓ ପ୍ରାର୍ଥନା ଚ୍ୟାନେଲର ପ୍ରସାରିତ “ବାଳକେ ମୋର ବୋଲକର ” ଉପନିଷଦର ଉପକଥା, ଜ୍ଞାନଗୁରୁ ଭଳି ଆଦି ଅନେକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ବିଷିଷ୍ଟ ପ୍ରବଚକ ପଣ୍ଡିତ ବିରେନ୍ଦ୍ର କୁମାର ପଣ୍ଡା ଯୋଗ ଦେବା ପାଇଁ ସମ୍ମତି ପ୍ରକାଶ କରିଛନ୍ତି l ଏଣୁ ଅଞ୍ଚଳ ର ସମସ୍ତ ଆଧ୍ୟାତ୍ମିକ ପ୍ରେମୀ ବନ୍ଧୁ ମାନେ ବହୁ ସଂଖ୍ୟା ରେ ଉପସ୍ଥିତ ରହି ଆଧ୍ୟାତ୍ମିକ କୃପା ଲାଭ କରିବା ପାଇଁ ଟ୍ରଷ୍ଟ ପକ୍ଷରୁ ଅନୁରୋଧ କରାଯାଇଛି l

Leave A Reply

Your email address will not be published.