
ସୁନାମ୍ବ ସାହିରେ ଚୋରା ବାଲି ହାଇୱା ଟ୍ରେନ ବଗି ଭଳି ଲାଇନ ଛୁଟୁଛି…..!
ଖଣି ବିଭାଗ ବଟି ନେଇ ନିଘୋଡ଼ ନିଦ୍ରା ରେ…!
ବ୍ରହ୍ମପୁର: ସଞ୍ଜ ନଇଁଲେ ଆସିକା ସୁନାମ୍ବ ସାହିରେ ଧାଡ଼ି ବାନ୍ଧି ହାଇୱା ଗାଡ଼ି ଦେଖିବାକୁ ମିଳେ। ରାତ୍ର ୮ ଘଣ୍ଟାରୁ ଭୋର ୮ ପର୍ଯ୍ୟନ୍ତ ଧଡ଼ ଧଡ଼ ଖଡ଼ ଖଡ଼ ହୋଇ ତାଲୁକା ଛକ ଦେଇ ହାଇୱା ଗାଡ଼ି ଯାତାୟାତ ହୁଏ। ପାଣି କାଦୁଅ ସାଙ୍ଗକୁ ଧୂଆଁ ଯୋଗୁଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦିନକୁ ଦିନ ବଢ଼ିବାରେ ଲାଗିଛି।ଏହା ସାଙ୍ଗକୁ ପ୍ରାୟ ଦୁଇ ବର୍ଷ ପୂର୍ବରୁ ସୁନାମ୍ବ ସାହି ଠାରୁ ତାଲୁକା ଛକ ଓ ପାକଲା ପଲ୍ଲୀ ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା ନିର୍ମାଣ କରାଯାଇଥିଲା। ଏହି ରାସ୍ତା ଦେଇ ଭାରି ଯାନ ଗୁଡ଼ିକ ରେ ବାଲି ଚାଲାଣ ହେଉଥିବା ଯୋଗୁଁ ରାସ୍ତା ଅବସ୍ଥା ନ କହିଲେ ଭଲ। ବର୍ଷା ହେଲେ ଖାଲଖମା ରେ ଦୁଇ ଚକିଆ ଯାନବାହାନ ଗଲା ବେଳେ ଦୁର୍ଘଟଣାର ଶିକାର ହେଉଛନ୍ତି। ଏହି ବେଆଇନ ଚାଲାଣ ପଛରେ ଅଦୃଶ୍ୟ ଶକ୍ତିର ଭୟରେ ଖଣି, ରାଜସ୍ୱ ବିଭାଗ ସମେତ ପରିବହନ ବିଭାଗ ନାଚାର ଭଳି ଚୁପଚାପ ରହୁଥିବା ଆଲୋଚନା ହେଉଛି। ଅଞ୍ଚଳ ବାସୀ ଅତିଷ୍ଟ ହେବା ପରେ ଏହି ରାସ୍ତାରେ ବାଲି ଗାଡିକୁ ଯିବା ଆସିବାରେ ବାରଣ କରିବା ପାଇଁ ସଜବାଜ ହେଉଥିବା ଚର୍ଚ୍ଚା ହେଉଛି।
ବେଆଇନ ବାଲି ଚାଲାଣ ପାଇଁ ଆତଙ୍କିତ ଆସିକା ସହର ବାସିନ୍ଦା। ଏହି ଚୋରା ବାଲି ଚାଲାଣ ପାଇଁ ଆଗାମୀ ଦିନରେ ମୁଣ୍ଡ ଗଡ଼ିବା ସମ୍ଭାବନା କୁ ଏଡାଇ ଦେଇ ହେବ ନାହିଁ ବୋଲି ସାଧାରଣ ରେ ଚର୍ଚ୍ଚା l ସାରା ରାତି ବାଲି ବୋଝେଇ ହାଇୱା ପାଇଁ ଲୋକ ଘରେ ସୋଇ ପାରୁନାହାନ୍ତି l କିନ୍ତୁ ଖଣି ବିଭାଗ ନିଘୋଡ଼ ନିଦରେ