
ସମ୍ବଲପୁର : ତାମିଲନାଡୁରେ କଫ ସିରଫ ପିଇ କିଛି ଛୁଆଙ୍କ ମୃତ୍ୟୁ ପରେ ପୋଲିସ ସଜାଗ ହୋଇଯାଇଛି l ଆଜି ସମ୍ବଲପୁର ପୋଲିସ ଏକ ବଡ଼ ଧରଣର ଚଢାଉ କରି ୫ ହଜ଼ାର କଫ ସିରଫ ସହ ୨୦ ଜଣଙ୍କୁ ଧରିବାରେ ସଫଳ ହୋଇଛି l ୫୧୦୦ ବୋତଲ କୋରେକ୍ସ ବରେଇପାଲି ପୋଲିସ ଜବତ କରି ୨୦ ଜଣଙ୍କୁ ଗିରଫ କରିଛି l
କଟକରୁ ସମ୍ବଲପୁରକୁ ପିକଅପରେ ଏହି ସବୁ କୋରେକ୍ସ ଆସିଥିବାବେଳେ ପୋଲିସ ପିକଅପ ସହ କୋରେକ୍ସ ସବୁ ଧରିବାରେ ସଫଳ ହୋଇଛି l ତେବେ ପିକଅପ ଭ୍ଯାନକୁ ଗୋଟିଏ କାର୍ ଏସକର୍ଟ ଦେଉଥିବାବେଳେ କାର୍ ମଧ୍ଯ ଜବତ ହୋଇଛି l ଗିରଫ ୨୦ ଜଣଙ୍କ ମଧ୍ଯରୁ ୫ଜଣ ବ୍ଯକ୍ତି ମୁଖ୍ଯ କାର୍ପଟଦାର ବୋଲି ସମ୍ବଲପୁର ଏସପି କହିଛନ୍ତି l
କେବଳ ଆଇନଗତ କାର୍ଯ୍ଯାନୁଷ୍ଠାନ ନୁହେଁ ବରଂ ଏମାନେ ସମ୍ପତ୍ତି ବାଜ୍ୟାପ୍ତି ପାଇଁ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ସମ୍ବଲପୁର ଏସପି କହିଛନ୍ତି l ଜବତ କଫ ସିରଫର ମୂଲ୍ଯ ୧୦ ଲକ୍ଷ ଟଂକା ହେବ ବୋଲି ପୋଲିସ କହିଛି l ମୋଟ କଫ ସିରଫ ସହ ଧରାଯାଇଥିବା ଗାଡିର ମୂଲ୍ୟ ପ୍ରାୟ ୧୫ ଲକ୍ଷ ହେବ ବୋଲି ଏସପି କହିଛନ୍ତି l