୧୬ରେ ମୁଖ୍ୟମନ୍ତ୍ରୀଙ୍କ ନୂଆପଡା ଗସ୍ତ

youtube

 ଭୁବନେଶ୍ବର: ଆସନ୍ତା ୧୬ତାରିଖରେ ନୂଆପଡା ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୧୬ରେ ବିଜେପି ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ ବେଳେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ  । ନାମାଙ୍କନ ବେଳେ ଉପସ୍ଥିତ ରହିବା ସହ ବିଶାଳ ସମାବେଶ କରିବେ ବୋଲି ସୂଚନା ମିଳିଛି । ଏନେଇ ବିଜେପି ରାଜ୍ୟସଭା ସାଂସଦ ସୁଜିତ କୁମାର ସୂଚନା ଦେଇଛନ୍ତି । ଦୁଇ ହଜାରରୁ ଅଧିକ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ସାମିଲ୍‍ ହେବେ ବୋଲି ସେ କହିଛନ୍ତି ।

ତେବେ ବିଜେପିରୁ ଏପର୍ଯ୍ୟନ୍ତ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇନଥିବା ବେଳେ ଜୟ ଢୋଲକିଆଙ୍କ ନାଁ ଚୂଡାନ୍ତ ହୋଇଛି, କେବଳ ଘୋଷଣା ବାକି ରହିଛି । ବିଜେପି ଏହି ଉପନିର୍ବାଚନରେ ୫୦ହଜାରରୁ ଅଧିକ ଭୋଟରେ ଜିତିବ ବୋଲି କୁହାଯାଇଛି ।

Leave A Reply

Your email address will not be published.