ସରଣକୁଳ ଥାନା ବାଉଁଶିଆ ରେ ସିରିଜ ଚୋରି ଘଟଣାର ୨ ଅଭିଯୁକ୍ତ ଗିରଫ : ଯେଉଁ ଗାଆଁରୁ ଚୋରି ସେହି ଗାଁର ଚୋର, ଚୋରି ସାମଗ୍ରୀ ଜବତ…

ନୟାଗଡ଼ :ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ନିକଟବର୍ତ୍ତୀ ବାଉଁଶିଆ ଗ୍ରାମରେ ସିରିଜ ଚୋରି ଘଟଣାର ଚୋରି ସାମଗ୍ରୀ ଜବତ ସହିତ ୨ ଅଭିଯୁକ୍ତଙ୍କୁ ସରଣକୁଳ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲେ।ଜାମିନ ଖାରଜ ହେବାରୁ ସେ ଦୁହିଁଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।ଅଭିଯୁକ୍ତମାନେ ସେହି ବାଉଁଶିଆ ଗ୍ରାମର ଜଣେ ହଇରାଣିଆ ନାହାକ (୧୯) ଏବଂ ଅନ୍ୟ ଜଣେ ରାଜା ନାହାକ। ଜବତ ସାମଗ୍ରୀ ଗୁଡ଼ିକ ହେଲା ସୁନା ଚେନ-୧, ରୂପା ଝୁଣ୍ଟିଆ- ୨, ସାମସଙ୍ଗ ଟିଭି -୧, ବାଜାଜ ଗ୍ରାଇଣ୍ଡର -୧, ନୂତନ ଶାଢ଼ୀ- ୨,ପିତଳ ହଣ୍ଡା ଓ ପିତ୍ତଳ ବେଲା ,ଘରର ଚାବି ସହ ଅନ୍ୟାନ୍ୟ ଚୋରି ସାମଗ୍ରୀ ମାନ ଜବତ କରିଥିଲେ।ଚଳିତ ମାସ ଗତ ୮ ତାରିଖ ବିଳମ୍ବିତ ରାତିରେ ବାଉଁଶିଆ ଗ୍ରାମର ପ୍ରଶାନ୍ତ କୁମାର ରଥଙ୍କ ଘରର ତାଲା ଭାଙ୍ଗି ଘରେ ପଶି ଚୋରମାନେ ତାଙ୍କ ଘରୁ ସୁନା ଗହଣା ସମେତ ଲକ୍ଷାଧିକ ଟଙ୍କାର ଆସବାବ ପତ୍ର ଚୋରି କରି ନେଇ ଯାଇଥିଲେ। ଶ୍ରୀ ରଥ ଏ ନେଇ ସରଣକୁଳ ଥାନାରେ ଅଭିଯୋଗ କରିଥିଲେ। ପୋଲିସ୍ ୨୨୧/୨୫ରେ ମାମଲା ରୁଜ୍ଜୁ କରି ଅନୁସନ୍ଧାନ ଜାରୀ ରଖିଥିଲେ। ତେବେ ଗତ ୨ମାସ ଧରି ବାଉଁଶିଆ ଗ୍ରାମର ପ୍ରାୟ ୧୦ଜଣଙ୍କ ଘରୁ ଏହିପରି ଚୋରି ହେଉଥିବା ବେଳେ ଗ୍ରାମବାସୀ ଭୟଭୀତ ହୋଇ ରହୁଥିଲେ।ଗାଁ ଚୋର ଗାଁ ଲୋକଙ୍କ ଚୋରି କରୁଥିବାରୁ ସରଣକୁଳ ପୋଲିସ ଏହା ଉପରେ ତିକ୍ଷ୍ଣ ନଜର ରଖିଥିଲେ।ଆଜି ଶରଣକୁଳ ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରେ ନୟାଗଡ଼ ଅତିରିକ୍ତ ପୋଲିସ ଏସପି ସୁବାଷ ଚନ୍ଦ୍ର ପଣ୍ଡା, ଶରଣକୁଳ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଦୀପ୍ତିକାନ୍ତ ପ୍ରଧାନ, ଶରଣକୁଳ ଆଇଆଇସି ସୁଜିତ କୁମାର ଦାସ ଏକ ସାମ୍ବାଦିକ ସମ୍ମିଳନୀରେ ଉପରୋକ୍ତ ସୂଚନା ପ୍ରଦାନ କରିଥିଲେ।