ଆସିକା ଏନ.ଏ.ସି ରେ ମା ପାଇଁ ଗଛ ଟିଏ ପ୍ରହସନ….!

ଚାରର ସୁରକ୍ଷା ପାଇଁ ନିଘା ନାହିଁ….!

add-all


ବ୍ରହ୍ମପୁର: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ନେତାଙ୍କ ଠାରୁ ପ୍ରଶାସନିକ ଅଧିକାରୀ ମାନେ ଆସିକା ରେ ମା ପାଇଁ ଗଛ ଟିଏ ସ୍ଲୋଗାନ ଦେଇ ଚାରା ରୋପଣ କରିଥିଲେ। ଚାରା ରୋପଣ ପରେ ନେତା ଓ ବାବୁ ମାନେ ଚାରାକୁ ରକ୍ଷଣା ବେକ୍ଷଣା ଲାରିବା ଭୁଲିଯିବା ଫଳରେ ଚାରା ଶୁଖିଗଲାଣି। ଆସିକା ଅଞ୍ଚଳ ରେ ଶସ୍ତା ରାଜନୀତି ପାଇଁ ଚାରା ରୋପଣ ଏକ ପ୍ରହସନ ରେ ପଶିଣତ ହୋଇଛି। ସରକାରଙ୍କ ରାଜକୋଷ ରୁ ଚାରା ରୋପଣ ନାମରେ ହଜାର ହଜାର ଟଙ୍କା ଖର୍ଚ୍ଚ ହେଉଛି। ରକ୍ଷଣା ବେକ୍ଷଣ ସକାଶେ ବାବୁ ମାନେ ଶୀତ ତାପ ନିୟନ୍ତ୍ରଣ କକ୍ଷରେ ରହୁଥିବା ବେଳେ ଚାରା ଖରାରେ ରହିବା ତାକୁ ସୁରକ୍ଷା ନଦେବା ଫଳରେ ଚାରା ରୋପଣ ମିସେନ୍ ଫେଲ ମାରିଛି। ମା ପାଇଁ ଗଛ ଟିଏ ଆସିକା ଅଞ୍ଚଳ ରେ ଏକ ପ୍ରହସନ ବୋଲି ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି।

ad-week
Leave A Reply

Your email address will not be published.