ବିଜେପିର ବିଜୟ ସକଳ୍ପ ସମାବେଶରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

youtube

ନୂଆପଡ଼ା: ନୂଆପଡ଼ାରେ ବିଜେପିର ବିଜୟ ସକଳ୍ପ ସମାବେଶ ଓ ମହା ମିଶ୍ରଣ ପର୍ବ । ଏଥିରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ଉପନିର୍ବାଚନ ପାଇଁ ବିଗୁଲ ବଜାଇବା ସହ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଉପମୁଖ୍ୟ ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ,ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ବହୁ ମନ୍ତ୍ରୀ,ସାଂସଦ ଓ ବିଧାୟକମାନେ ଉପସ୍ଥିତ ଅଛନ୍ତି ।  ଏହି ଅବସରରେ ବିଜେଡ଼ିର ଟାଣୁଆ ନେତା ଲମ୍ବୋଦର ନିଆଲ ଓ ତାଙ୍କ ସମର୍ଥକମାନେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ।  ଆସନ୍ତା ୧୮ତାରିଖରେ ନାମାଙ୍କନ ପତ୍ର ଦାଖଲ କରିବେ ଜୟ ଢୋଲକିଆ ।

Leave A Reply

Your email address will not be published.