ବିନା କାର୍ଯ୍ୟରେ ସରକାରୀ ଅର୍ଥ ହଡ଼ପ କରୁଥିବା ଆସିକା ବ୍ଲକର କରିତକର୍ମା ତାରିଣୀ କିଏ…!

add-all


ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲାର ଆସିକା ବ୍ଲକରେ ପାଦ ପାଦରେ ଦୁର୍ନୀତି ଦେଖିବାକୁ ମିଳୁଛି।ପାଣ୍ଡିଆ ପଥର ଓ ବାବନପୁର ଠାରେ ବିନା କାର୍ଯ୍ୟକରି ଫଲସ୍ ବିଲ କରି ସରକାରୀ ଅର୍ଥ ହଡ଼ପ ହୋଇଥିବା ଅଭିଯୋଗ ହେଉଛି। ଏହି କରିତକର୍ମା ତାରିଣୀ ବାବୁ କୁଆଡ଼େ ଏହି ଦୁଇଟି ପଞ୍ଚାୟତ ରେ ଅର୍ଥ ହଡପ କରିଥିବା ନେଇ ପୂର୍ବରୁ ଅଭିଯୋଗ ହେଲେବି ଆଜି ସୁଦ୍ଧା କୌଣସି କାର୍ଯ୍ୟା ନୁଷ୍ଠାନ ହୋଇନଥିବା ଜଣା ପଡିଛି। ଏନେଇ ବିଡ଼ିଓ ମହାଶୟା ଙ୍କୁ ଫୋନ କଲେ ମେଡ଼ମ ଫୋନ ରିସିଭ କରୁନଥିବା ଜଣାପଡିଛି। ବାବନପୁର ପଞ୍ଚାୟତ ରେ ଶିଶୁ ପାର୍କ ଓ ରାସ୍ତା ଦୁର୍ନୀତି ସମ୍ପର୍କ ରେ ହୋଇଥିବା ଅଭିଯୋଗ ଆଜି ସୁଦ୍ଧା ନାଲି ଫିତା ତଳେ ଚାପି ରଖାଯାଇଛ।କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟା କଳାପ ସମ୍ପର୍କ ରେ ଅଭିଯୋଗ ହେଲେ ବାବୁଙ୍କ ଉପର ମହଲ ରେ ଭଲ ହାତ ଥିବା ଯୋଗୁଁ ଯାହା ଦୁର୍ନୀତି କଲେ ମାଫ ବୋଲି ଚର୍ଚ୍ଚା ହେଉଛି।

ad-week
Leave A Reply

Your email address will not be published.