
ମାଲକାନଗିରି :ମାଲକାନାଗିରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଭାରତ ସରକାରଙ୍କ ଅଧୀନରେ ଆରମ୍ଭ ହୋଇଥିବା “ତମାକୁ ମୁକ୍ତ ଯୁବ ଅଭିଯାନ ୩.୦” ଅଭିନବ ପଦକ୍ଷେପଟି ଆଜି ମଲକାନଗିରି ଜିଲ୍ଲାରେ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମଟି ଜିଲ୍ଲାପାଳ ଶ୍ରୀ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଓ ଜିଲ୍ଲାର ବିଭିନ୍ନ ଶାଖାର ଅଧିକାରୀମାନଙ୍କ ଉପସ୍ଥିତିରେ ଆୟୋଜିତ ହୋଇଥିଲା ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ – ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ସାର୍ବଜନିକ ସ୍ୱାସ୍ଥ୍ୟ ଅଧିକାରୀ ଡା. ଦୋଳାମଣି ପ୍ରଧାନ, ଡି.ପି.ଏଚ୍.ଓ. ଡା. ଏମ୍.ଏମ୍. ଆବିଦ ହୁସେନ, ଏ.ଡି.ପି.ଏଚ୍.ଓ. (ଏଫ୍.ଡବ୍ଲ୍ୟୁ.) ଡା. ନିହାର ରଞ୍ଜନ ପ୍ରହରାଜ, ମଲକାନଗିରି ଥାନା ଆଇ.ଆଇ.ସି. ଶ୍ରୀ ରିଗନ କିନ୍ଦୋ, ଅଭିଯୋଗ ଶାଖା ଅଧିକାରୀ ଶ୍ରୀ ରମେଶ, ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ଶ୍ରୀ ପ୍ରଭାସ କୁମାର ସେଠି, ଡି.ଇ.ଓ. ଶ୍ରୀ ଚିତ୍ରଞ୍ଜନ ପାଣିଗ୍ରାହୀ, ଡି.ଏଲ୍.ଓ. ଶ୍ରୀମତୀ ପୁର୍ଣ୍ଣିମା ଦୁରୁକା, ଡି.ଡବ୍ଲ୍ୟୁ.ଓ. ଶ୍ରୀ ଶ୍ରୀନିବାସ ଆଚାର୍ଯ୍ୟ, ଡି.ପି.ଏମ୍. (ଏନ୍.ଏଚ୍.ଏମ୍) ଡା. ମୌସୁମୀ ମିଶ୍ର, ଇପିଡେମିଓଲୋଜିଷ୍ଟ ଡା. ଡି.ପି. ରାଜ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ । ଏହି ଜାତୀୟ ତମାକୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ (National Tobacco Control Program) ଅଭିଯାନଟିକୁ ଶ୍ରୀ ଶିବ ସୁନ୍ଦର ପାଣିଗ୍ରାହୀ (AM NCD) ଦ୍ୱାରା ସଂଚାଳନ ଓ ସମନ୍ୱୟ କରାଯାଇଥିଲା । କାର୍ଯ୍ୟକ୍ରମର ଆରମ୍ଭରେ ଜିଲ୍ଲାପାଳ ମହୋଦୟ ନିର୍ଦ୍ଦେଶ ଦେଇଛନ୍ତି ଯେ ଏହି ଅଭିଯାନକୁ ଫଳଦାୟକ ଭାବରେ ଚାଲାଇବା ପାଇଁ ଡି.ଇ.ଓ., ଡି.ଡବ୍ଲ୍ୟୁ.ଓ., ଏଫ୍.ଏସ୍.ଓ. ଓ ପୋଲିସ ବିଭାଗ ସହ ସମନ୍ୱୟ ସୃଷ୍ଟି କରି ଜନସାଧାରଣଙ୍କ ମଧ୍ୟରେ ତମାକୁର କ୍ଷତିକାରକ ପ୍ରଭାବ ବିଷୟରେ ବିଶେଷ ସଚେତନତା ସୃଷ୍ଟି କରାଯିବ । ସେହି ସହିତ Tobacco Free Educational Institution (ToFEI) ର ସଫଳ କାର୍ଯ୍ୟାନୁଷ୍ଠାନ, COTPA ଆଇନ ର ସକ୍ରିୟ ପାଳନ ସୁନିଶ୍ଚିତ କରିବା ସହିତ ଜିଲ୍ଲାରେ ତମାକୁ ମୁକ୍ତ ଗ୍ରାମ ଗଠନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ।ଜିଲ୍ଲାପାଳ ଏହି ସହ ଗୋଟିଏ ବିଶେଷ ଜୋର ଦେଇଛନ୍ତି ଯେ ସୋସିଆଲ୍ ମିଡିଆ ମାଧ୍ୟମରେ ସକ୍ରିୟ ଜାଗରୁକତା ସୃଷ୍ଟି କରି, ବିଶେଷକରି ଶ୍ରେଣୀ ୭ରୁ ୧୨ ଓ କଲେଜ ଯୁବପୀଢିଙ୍କ ମଧ୍ୟରେ ତମାକୁ ବିରୋଧୀ ଚେତନା ଜଗାଯିବା ଆବଶ୍ୟକ । ଏହି ଅଭିଯାନ ମାଧ୍ୟମରେ ତମାକୁ ବିରୋଧୀ ଆନ୍ଦୋଳନକୁ ଜିଲ୍ଲା ମାନଚିତ୍ରରେ ଅଧିକ ସକ୍ରିୟ ଓ ପ୍ରଭାବଶୀଳ କରିବା ଲକ୍ଷ୍ୟ ରଖାଯାଇଛି ।