ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକରୁ ଗଞ୍ଜେଇ ଜବତ…

youtube


ନୟାଗଡ଼: ନିଶା କବଳରେ ଯୁବଗୋଷ୍ଠୀ । ଦୃର୍ବୁତ୍ତ ମାନେ ବ୍ରାଉନ ସୁଗାର, ଗଞ୍ଜେଇ ଆଦି ନିଶା ଚୋରା ଚାଲାଣ କରିବା ପାଇଁ ବିଭିନ୍ନ ପନ୍ଥା ଅବଲମ୍ବନ କରୁଛନ୍ତି। ଅନେକ ସମୟରେ କାରର ସିକ୍ରେଟ ଚାମ୍ବର ରେ ଗଞ୍ଜେଇ ପ୍ୟାକେଟ ଚାଲାଣ ଏବଂ ଯାତ୍ରୀବାହୀ ବସରେ କେତେକ ଦୁର୍ବୃତ୍ତ ଗଞ୍ଜେଇ ଚାଲାଣ କରୁଛନ୍ତି ।ନିଶା ବେପାରୀ ମାନେ ସେମାନଙ୍କର ବେପାରର ତରିକା ମଧ୍ୟ ବଦଳାଉଛନ୍ତି । ବର୍ତମାନ ବିଭିନ୍ନ ପାନ ଦୋକାନ, ଚା ଦୋକାନ, ଜଳଖିଆ ଦୋକାନ ରେ ମଧ୍ୟ ନିଶା ଦ୍ରବ୍ୟ ବେପାର ହେଉଛି। କୌଣସି ବିଶେଷ ସୂତ୍ରରୁ ଖବର ପାଇଁ ଶରଣକୁଳ ପୋଲିସ ଗୁଡ଼ିପଡ଼ା ନିକଟସ୍ଥ ଡିମିଶର ନିକଟ ରୁ ଏକ ଏଚପି ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକରେ ୨୦ କେଜି ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଶରଣ କୁଳ ପୋଲିସ ଏଥିରେ ସଂପୃକ୍ତ ଥିବା ୨ ଜଣଙ୍କୁ ଗିରଫ କରିଛି । ସୂଚନା ଅନୁଯାୟୀ ଶରଣ କୁଳ ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଏକ ଏଚପି ଗ୍ୟାସ ବୋଝେଇ ଟ୍ରକକୁ ସନ୍ଦେହରେ ଅଟକାଇଥିଲେ । ଯାଞ୍ଚ କରିବା ସମୟରେ ଡିମିଶର ନିକଟରେ ଉକ୍ତ ଗାଡିକୁ ଅଟକାଇ ସେଥିରୁ ୨୦ କେଜି ଗଞ୍ଜେଇ ଥିବା ଜଣାପଡିଛି । ଜବତ ଗଞ୍ଜେଇର ମୂଲ୍ୟ ୫୦ ହଜାର ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି । ସଂପୃକ୍ତ ଗିରଫ ଦୁଇଜଣ ହେଲେ ଦଶପଲ୍ଲା ବ୍ଲକ ବାଣୀଗୋଛା ର ଅଜିତ୍ ନାୟକ ଏବଂ ଖୋର୍ଦ୍ଧା ଜିଲ୍ଲା ଜଟଣୀ ର ସୌମ୍ୟ ରଞ୍ଜନ ଜେନା। ୨୨୯/୨୫ ରେ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଚାଲୁ ରହିଛି । ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ସୂଚନା ଦେଇଛି ।ସୂଚନା ଥାଉକି ରୀତିମତ କନ୍ଧମାଳ ଏବଂ ଗଜପତି ଜିଲ୍ଲା ରୁ ନୟାଗଡ କୁ ଏହିପରି ଚୋରା ଗଞ୍ଜେଇ ଚାଲାଣ ହେଇଛି ଅବକାରୀ ବିଭାଗ ଏହି ମାଫିଆ ମାନଙ୍କ ଠାରୁ ବଟି ନେଇ ନିଘୋଡ଼ ନିଦରେ, ପୋଲିସ କରୁଛି ଅବକାରୀ ବିଭାଗର କାମ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି l ଗଞ୍ଜେଇ ପରି ଚୋରା ବିଷାକ୍ତ ଦେଶି ମଦ ମଧ୍ୟ ଗଞ୍ଜାମ ଜିଲ୍ଲାରୁ ନୟାଗଡ କୁ ଚାଲାଣ ହେଉଛି ତେଣୁ ପ୍ରଶାସନ ଏଥିପ୍ରତି ଧ୍ୟାନ ଦେବାକୁ ଦାବି ହେଉଛି l

Leave A Reply

Your email address will not be published.