SI ନିଯୁକ୍ତି ପରୀକ୍ଷା କେଳେଙ୍କାରୀ, ଫରେନସିକ୍ ପରୀକ୍ଷା ପାଇଁ ପଠାଗଲା ଜବତ ୧୧୦ ମୋବାଇଲ

add-all

ଭୁବନେଶ୍ୱର : ପୋଲିସ SI ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ମାମଲାରେ ୧୧୦ ଆଶାୟୀଙ୍କ ଠାରୁ ଜବତ ହୋଇଥିବା ମୋବାଇଲ ଫୋନର ଫୋରେନସିକ ପରୀକ୍ଷା ପାଇଁ ପଠାଯାଇଛି। ଷ୍ଟେଟ୍ ଫରେନସିକ୍ ସାଇଣ୍ଟିଫିକ୍ ଲ୍ୟାବ – SFSLକୁ ପଠାଯାଇଛି। ପୋଲିସ ଆଶାୟୀଙ୍କୁ ଧରିବା ପୂର୍ବରୁ ସବୁ ଚାଟ୍ ଡିଲିଟ୍ କରି ଦେଇଥିଲେ ଆଶାୟୀ ।  ଦଲାଲଙ୍କ ନିର୍ଦ୍ଦେଶରେ ଚାଟ୍ ଡିଲିଟ୍ କରିଥିଲେ। ଏହି ଚାଟକୁ ପୁନରୁଦ୍ଧାର କରିବାକୁ SFSLରେ ଉଦ୍ୟମ ହେଉଛି।

ଚାଟରେ ନିଯୁକ୍ତି ପରୀକ୍ଷା କେଳେଙ୍କାରୀର ବହୁ ଗୁମର ଲୁଚିଥିବା କହିଛନ୍ତି କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର। ଚାଟ୍ ରିଟ୍ରାଇଭ୍ ହେଲେ ଫିଟିବ ଗୁମର। ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ନେଇ କାମ କରୁଥିଲା ବଡ଼ କ୍ରାଇମ ସିଣ୍ଡିକେଟ୍। ଜଣା ପଡ଼ିଛି, ଦୁଇଟି ମଡ୍ୟୁଲରେ ହୋଇଥିଲା ପୋଲିସ SI ନିଯୁକ୍ତି ପରୀକ୍ଷା ସ୍କାମ। ଗୋଟିଏ ବିଜୟନଗରମ ମଡୁଲ ଓ ଅନ୍ୟଟି ଦୀଘା ମଡୁଲ। ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଫୋକସରେ ଶଙ୍କର ପୃଷ୍ଟି। ଏସଆଇ ନିଯୁକ୍ତି ପରୀକ୍ଷା ଜାଲିଆତି ଘଟଣାରେ ଏ ପର୍ଯ୍ୟନ୍ତ ୧୨୩ ଜଣ ଗିରଫ ହୋଇଛନ୍ତି।

ad-week
Leave A Reply

Your email address will not be published.