
କଟକ : ଆସନ୍ତା ଫେବ୍ରୁଆରି ମାସରେ ହେବ ଯୁକ୍ତ ଦୁଇ ପରୀକ୍ଷା । ଫେବ୍ରୁଆରି ମାସ ୧୫ ତାରିଖରୁ ୨୫ ତାରିଖ ଭିତରେ ଯୁକ୍ତ ଦୁଇ ପରୀକ୍ଷା ହେବ । ଏଥିପାଇଁ ଡିସେମ୍ବର ୧୫ ସୁଦ୍ଧା ମିଳିବ ଆଡମିଟ୍ କାର୍ଡ ।
ତେବେ ମିଳିଥିବା ସୂଚନା ମୁତାବକ, ଇଣ୍ଟରନାଲ ପରୀକ୍ଷା ଡ଼ିସେମ୍ବର ୨୨ରୁ ୩୧ ଭିତରେ ହେବ । ଯେଉଁମାନେ ଏହି ସମୟରେ ଇଣ୍ଟରନାଲ ଦେଇପାରିବେ ନାହିଁ, ସେମାନେ ଜାନୁଆରୀ ୧୦ରୁ ୧୫ ଭିତରେ ଇଣ୍ଟରନାଲ ପରୀକ୍ଷା ଦେବା ପାଇଁ ଆଉ ଏକ ସୁଯୋଗ ପାଇବେ । ଜାନୁଆରୀ ୨ ରୁ ୧୫ ଯାଏଁ ହେବ ପ୍ରାକ୍ଟିକାଲ ପରୀକ୍ଷା । ଏକ୍ସ ରେଗୁଲାର ଫର୍ମ ଫିଲ ଅପ ଅକ୍ଟୋବର ୧୩ ରୁ ନଭେମ୍ବର ୨୨ ଯାଏଁ ଚାଲିବ ।
ସେହିପରି ଆସନ୍ତା ଅକ୍ଟୋବର ୨୦ ରୁ ନଭେମ୍ବର ୨୨ ଯାଏଁ ରେଗୁଲାର ପିଲାଙ୍କ ଫର୍ମ ଫିଲଅପ ଚାଲିବ। ନଭେମ୍ବର ୨୯ ସୁଦ୍ଧା ପରୀକ୍ଷା ସେଣ୍ଟରରେ ଲାଗିବ ସିସିଟିଭି କ୍ୟାମେରା । ଏଥର ନୂଆ ୮୯ ପରୀକ୍ଷା ସେଣ୍ଟର ଅପଗ୍ରେଡ଼ ସ୍କୁଲରେ ହେବ। ସମୁଦାୟ ୧୩୪୯ ସେଣ୍ଟରରେ ହେବ ଯୁକ୍ତ ଦୁଇ ପରୀକ୍ଷା । ଏଥର ନୂଆ କରି ପ୍ରୋଭିଜନାଲ ସାର୍ଟିଫିକେଟକୁ ଡିଜିଟାଲ କରାଯିବ ।