
କୁକୁଡାଖଣ୍ଡି : ଦକ୍ଷିଣପୁର କ୍ଲଷ୍ଟରସ୍ଥ ଏନ୍ ୟୁ ପି ଏସ୍ ଦକ୍ଷିଣପୁର ଠାରେ କ୍ଲଷ୍ଟରସ୍ଥରୀୟ ଶିଶୁ ମୋହତ୍ସବ ସୁରଭି କାର୍ଯ୍ୟକ୍ରମ ମହାଆଡମ୍ବର ସହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦକ୍ଷିଣପୁର ଅଧୀନରେ ଥିବା ୧୩ଗୋଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଭାଗ ନେଇଥିଲେ । ମୁଖ୍ୟ ଅତିଥି ରୂପେ ଏବିଇଓ ସିମାଞ୍ଚଳ କାର୍ଜି ଓ ଲାଞ୍ଜିଆ ପଞ୍ଚାୟତର ସମିତିସଭ୍ୟ ତଥା ଆମ୍ବଗଡ଼ ସେବା ସମବାୟ ସମିତିର ସଭାପତି କାହ୍ନୁ ଚରଣ ପାତ୍ର ମୁଖ୍ୟ ବକ୍ତା ଓ ଦକ୍ଷିଣପୁର ପଞ୍ଚାୟତର ସମିତିସଭ୍ୟାଙ୍କ ପ୍ରତିନିଧି କାଳୁ ଚରଣ ବେହେରା ସମ୍ମାନିତ ଅଥିତି ଭାବରେ ଯୋଗ ଦେଇ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ରଞ୍ଜନ କୁମାର ପାଣିଗ୍ରାହୀ ଓ ଲକ୍ଷ୍ମୀ କାନ୍ତ ମନ୍ତ୍ର ଉଚ୍ଚାରଣ କରି ଥିଲେ । ଏବିଇଓ କାର୍ଜି ଉପସ୍ଥିତ ଛାତ୍ରଛାତ୍ରୀ ଓ ଅଭିଭାବକ ମାନକୁ ଉତ୍ସାହିତକରି କାର୍ଯ୍ୟକ୍ରମକୁ ଆରମ୍ଭ କରିବାକୁ ସିଆରସିସି ଦୁଷ୍ମନ୍ତ କୁମାର ପଟନାୟକ ଙ୍କୁ ଅନୁମତି ଦେଇଥିଲେ ।
ତତ ପରେ ସମସ୍ତ ପ୍ରତିଯୋଗି ଭଗ ନେଇଥିବା ଏଭେଣ୍ଟ ରେ ଯୋଗ ଦେଇଥିଲେ । ଦକ୍ଷିଣପୁର ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଏ. ପୁଷ୍ପ ଲତା ମଞ୍ଚ ପରିଚାଳନା କରିଥିଲେ ଓ ସେହି ବିଦ୍ୟାଳୟର ଶିକ୍ଷୟତ୍ରୀ ମାନେ ତଥା ରୁବିତା କୁମାରୀ ଦେବୀ, ମନୀଷା ବଡମୁଣ୍ଡି , ଦୀପ୍ତିରାଣୀ ପାଢ଼ୀ , ରଶ୍ମିତା ପ୍ରଧାନ ତାଙ୍କୁ ସହଯୋଗ କରିଥିଲେ । ଲାଞ୍ଜିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ନମିତା ମହାରଣା ସମସ୍ତ ଏଭେଣ୍ଟ ର ପରିଚାଳନା ଦାୟିତ୍ୱ ନେଇଥିଲେ । ତାଙ୍କୁ ଆମ୍ବଗଡ଼ ଉଚ୍ଚପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁନିତା ସାହୁ, ଗୁଣ୍ଠବନ୍ଧ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁଜାତା କୁମାରୀ ସାହୁ, ବାଳକୃଷ୍ଣପୁର ପ୍ରଧାନ ଶିକ୍ଷୟତ୍ରୀ ଶଶୀରେଖା ମଳିକ, ପଦର ବାଲି ପ୍ରଧାନ ଶିକ୍ଷୟତ୍ରୀ ଅଳକା ମିଶ୍ର, ଭଗବାନ ପୁର ପ୍ରଧାନ ଶିକ୍ଷୟତ୍ରୀ ସୁଶ୍ରୀ କନକଲତା ମହାନ୍ତି, ବୁଦାଲୁଣ୍ଡି ପ୍ରଧାନ ଶିକ୍ଷୟତ୍ରୀ ମହାଲକ୍ଷ୍ମୀ କର , ବାଘଝରି ପ୍ରଧାନ ଶିକ୍ଷୟତ୍ରୀ ସରସ୍ବତୀ ଆଚରି, ବିରିବାଡିଆ ପ୍ରଧାନ ଶିକ୍ଷୟତ୍ରୀ ବି.ସଂଗୀତ ପାତ୍ର , ତଳ କୁମ୍ଭଝରି ପ୍ରଧାନ ଶିକ୍ଷୟତ୍ରୀ ସୁଶ୍ରୀ ସଂଗୀତ ପାତ୍ର ଓ ସେବାଶ୍ରମ କୁମ୍ଭଝରି ପ୍ରଧାନ ଶିକ୍ଷୟତ୍ରୀ ମନରୋମା ପଣ୍ଡା ତାଙ୍କୁ ପୂର୍ଣ୍ଣ ରୂପେ ସହ ଯୋଗ କରିଥିଲେ । ଜର୍ଜ ଭାବରେ ଶିକ୍ଷକ ଜି.ଟୁନା ଦୋରା , ମାନସ ମିଶ୍ର , ଶ୍ରୀ ସୋମିୟ ରଞ୍ଜନ ଦାସ , କୃଷ୍ଣ ଚନ୍ଦ୍ର ସ୍ୱାଇଁ , ଶିବାନନ୍ଦ ସାହୁ, ଜି.ରମେଶ ଚନ୍ଦ୍ର ସେନାପତି, ରାମମୋହନ ପତି, ଗଙ୍ଗାଧର ଗୌଡ଼, ପି. ନରସିଂହ, ସୁଶ୍ରୀ ଆଞ୍ଚଲ ବିଶୋଇ , ରୁନୁ ବରଡ , ସଂଗୀତ ମହାନ୍ତି , ରଞ୍ଜୁଲତା ପଟନାୟକ, ସରସ୍ବତୀ ସାବତ , ବିନୋଦୀନି ବେହେରା , ନର୍ମଦା ସାହୁ , ଜି. କୁମାରୀ , ଗିରିଧାରୀ ସାହୁ , ପୁଷ୍ପ ଲତା ପଟେଲ , ତୁଷାର କାନ୍ତି ବିଗ୍ରହ ଯୋଗ ଦେଇ ଅତି ସୁନ୍ଦର ଭାବରେ ପରିଚାଳନା କରିଥିଲେ ଓ ଠିକ ସମୟ ରେ ଏଭେଣ୍ଟ ପରିଚାଳନା ଦାୟିତ୍ୱରେ ଥିବା ଲାଞ୍ଜିଆ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ନମିତା ମହାରଣାଙ୍କ ନିକଟରେ ଦାଖଲ କରି ଥିଲେ । ମଧ୍ୟାନ୍ନ ଭୋଜନର ବିରତିପରେ ସଂସ୍କୃତିକ କାର୍ଯ୍ୟକ୍ରମ ମଞ୍ଚ ଉପରେ ଆୟୋଜନ କରାଯଥିଲା. କ୍ଲଷ୍ଟର ସର୍ବମୋଟ ନଅ ଗୋଟି ବିଦ୍ୟାଳୟ ନଅ ଟି ଦଳ ସେମାନଙ୍କ ନୃତ୍ୟ ଅତି ନିପୁଣ ଭାରେ ପରିବେଶଣ କରି ଥିଲେ ।ଏଥିରେ ପାଞ୍ଚ ଜଣ ଜର୍ଜ ମିଶି ନିଷ୍ପତି ନେଇ ଦକ୍ଷିଣପୁର ବିଦ୍ୟାଳୟ ଛାତ୍ରୀ ମାନଙ୍କୁ ପ୍ରଥମ ଘୋଷଣା କରିଥିଲେ । ଶେଷରେ ଉପସ୍ଥିତିଗଣ ଓ ଲାଞ୍ଜିଆ ସମିତି ସଭ୍ୟ କାହ୍ନୁ ପାତ୍ରଙ୍କ କର କମଳରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ କ୍ଲଷ୍ଟର ସିଆରସିସି ଦୁଷ୍ମନ୍ତ କୁମାର ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମକୁ ଉଦଯାପନ କରାଯାଇଥିଲା ।