ଦ୍ଵାରଶୁଣି ଘାଟିରେ ଦୁର୍ଘଟଣା, ବସ୍ ଓଲଟି ୨୫ ଆହତ

youtube

ବାରିପଦା: ବାଙ୍ଗିରିପୋଷି ଘାଟି ଦୁର୍ଘଟଣା ନେଇ ପ୍ରତିକ୍ରିୟା ରଖିଛନ୍ତି ଚିଫ୍ ଫାୟାର ଅଫିସର। ସେ କହିଛନ୍ତି ଓଭରଟେକ୍‌ ପାଇଁ ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଘାଟି ରାସ୍ତାର ମରାମତି କାମ ଚାଲିଛି । ତେଣୁ ବସ୍‌ଟି ଓଭରଟେକ୍‌ କରିବା ଉଚିତ୍ ନଥିଲା। ବସ୍‌ରେ ୬୦ରୁ ୬୫ ଜଣ ଯାତ୍ରୀ ଥିଲେ। ସୌଭାଗ୍ୟବଶତଃ କାହାରି କୌଣସି କ୍ଷତି ହୋଇନି। ବସ୍‌ଟି କାର୍‌ ଉପରେ ଓଲଟି ପଡିବାରୁ ୫ ଜଣ ଗୁରୁତର ହୋଇଛନ୍ତି। ସୂଚନା ମୂତାବକ ବାରିପଦା ୪୯ନଂ ଜାତୀୟ ରାଜପଥ ବାଙ୍ଗିରିପୋଷି ଥାନା ଦ୍ଵାରଶୁଣି ଘାଟିରେ କାର୍‌ ଉପରେ ବସ୍‌ଟି ଓଲଟି ପଡିଛି। ଶ୍ରୀଗଣେଶ ନାମକ ବସ ତିରିଙ୍ଗରୁ ବାରିପଦା ଆସୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ଏଥିରେ ୫ ଜଣ ଗୁରୁତର ହୋଇଛନ୍ତି। ସମସ୍ତ ଆହତଙ୍କୁ ପିଆରଏମ୍ ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ଘଟଣାସ୍ଥଳରେ ଦମକଳବାହିନୀ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

Leave A Reply

Your email address will not be published.