ଗରିବ ରଥ ଏକ୍ସପ୍ରେସରେ ଅଗ୍ନିକାଣ୍ଡ, ଜଳିଗଲା ୩ଟି ବଗି

youtube

ନୂଆଦିଲ୍ଲୀ: ଶନିବାର ସକାଳେ ଅର୍ଥାତ୍ ଆଜି ଲୁଥିଆନାରୁ ଦିଲ୍ଲୀ ଯାଉଥିବା ଗରିବ ରଥ ଏକ୍ସପ୍ରେସ ଟ୍ରେନରେ ଘଟିଛି ଅଗ୍ନିକାଣ୍ଡ । ଜଳିଗଲା ଟ୍ରେନର ତିନୋଟି ଏସି ବଗି । ସିରହିନ୍ଦ ରେଳ ଷ୍ଟେସନରୁ ଅମ୍ବାଲା ଅଭିମୁଖେ ପ୍ରାୟ ଅଧ କିଲୋମିଟର ଦୂରରେ ଥିବା ସମୟରେ ଏହି ଘଟଣା ଘଟିଛି ।

ଟ୍ରେନର ଗୋଟିଏ ବଗିରୁ ଧୂଆଁ ବାହାରୁଥିବାରୁ ଟ୍ରେନକୁ ଅଟକାଇ ଦିଆଯାଇଥିଲା । ନିଆଁ ଅନ୍ୟ ତିନୋଟି ବଗିକୁ ବ୍ୟାପିଯାଇଥିଲା । ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରାଯାଇଥିଲା । କୌଣସି ଆହତ ହୋଇଥିବାର ରିପୋର୍ଟ ନାହିଁ ।

ସିରହିନ୍ଦ ଜିଆରପି ଏସଏଚଓ ରତନ ଲାଲ କହିଛନ୍ତି ଯେ ଗୋଟିଏ କୋଚ୍ ରୁ ଧୂଆଁ ବାହାରୁଥିବା ଦେଖିବା ମାତ୍ରେ ଟ୍ରେନକୁ ଅଟକାଇ ଦିଆଯାଇଥିଲା ଏବଂ ଏଥିରେ କେହି ଆହତ ହୋଇ ନଥିଲେ। ଯାତ୍ରୀମାନଙ୍କୁ ସମୟ ମଧ୍ୟରେ ବାହାର କରାଯାଇଥିଲା । ଅଗ୍ନିକାଣ୍ଡରେ ତିନୋଟି ବଗି କ୍ଷତିଗ୍ରସ୍ତ ହୋଇଛି । ତଦନ୍ତ ପରେ ଅଗ୍ନିକାଣ୍ଡର କାରଣ ନିର୍ଣ୍ଣୟ କରାଯିବ ।

ଘଟଣା ସମ୍ପର୍କରେ ରେଳ ମନ୍ତ୍ରଣାଳୟ କହିଛି, ‘ଆଜି ସକାଳେ ପଞ୍ଜାବର ସିରହିନ୍ଦ ଷ୍ଟେସନରେ ୧୨୨୦୪ ଅମୃତସର-ସହରସା ଟ୍ରେନର ନିଆଁ ଲାଗିଯାଇଥିଲା ।  ବର୍ତ୍ତମାନ ସୁଦ୍ଧା ମୃତାହତ ନେଇ କୌଣସି ସୂଚନା ନାହିଁ । ଏଥିସହ ନିଆଁକୁ ଆୟତ କଲା ଅଗ୍ନିଶମ ବାହିନୀ ।

Leave A Reply

Your email address will not be published.