ଜଳିଗଲା ବ୍ରହ୍ମପୁତ୍ର ଆପାର୍ଟମେଣ୍ଟ

add-all

ନୂଆଦିଲ୍ଲୀ : ଦିଲ୍ଲୀରେ ବଡଧରଣର ଅଗ୍ନିକାଣ୍ଡ ଘଟିଛି। ସାଂସଦ ରହୁଥିବା ବ୍ରହ୍ମପୁତ୍ର ଆପାର୍ଟମେଣ୍ଟରେ ନିଆଁ ଲାଗି ବହୁ ଗାଡି ପୋଡି ପାଉଁଶ ହୋଇଯାଇଛି। ଏପରିକି ଆପାର୍ଟମେଣ୍ଟରେ ରହୁଥିବା କିଛି ବ୍ୟକ୍ତି ଆହତ ହୋଇଥିବା ଜଣାପଡିଛି। ଏହି ଆପର୍ଟମେଣ୍ଟରେ ଅନେକ ରାଜ୍ୟସଭା ସାଂସଦ ରୁହନ୍ତି। ଦ୍ଵିତୀୟ ମହଲାରୁ ପ୍ରଥମେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ଉପର ମହଲାରୁୂ ଅନ୍ୟ ଆଡକୁ ନିଆଁ ବ୍ୟାପିଯାଇଥିଲା। ପରେ ୫ରୁ ଅଧିକ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଏହି ଆପାର୍ଟମେଣ୍ଟକୁ ୨୦୨୦ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଉଦଘାଟନ କରିଥିଲେ। ଆପାର୍ଟମେଣ୍ଟଟି ସଂସଦ ଭବନ ଠାରୁ ମାତ୍ର ୨୦୦ ମିଟର ଦୂରରେ ଅବସ୍ଥିତ।

ad-week
Leave A Reply

Your email address will not be published.