ପୀତବାସ ପଣ୍ଡା ହତ୍ୟା ଘଟଣା :ରାଜନୀତି ର ପଶାପାଲିରେ ବଳି ପଡ଼ିଲେକି ବିକ୍ରମ ପଣ୍ଡା…!

youtube

ପୀତବାସ ହତ୍ୟାକାଣ୍ଡ ଘଟଣା: ୧୨ ଗିରଫ, ୩ ଅଭିଯୁକ୍ତ ଫେରାର ଅଛନ୍ତି

୫o ଲକ୍ଷ ଟଙ୍କା ରେ ହୋଇଥିଲା ଡିଲ…


ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ ପରେ ହୋଇଛି ପ୍ରେସ ମିଟ…..!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ହାଇ ପ୍ରୋଫାଇଲ ହତ୍ୟା କାଣ୍ଡର ପର୍ଦ୍ଧାଫାଶ କଲା ପୋଲିସ। ପୀତବାସ ପଣ୍ଡା ହତ୍ୟା ଘଟଣା ରେ ସମ୍ପୃକ୍ତି ଥିବା ଅଭିଯୋଗ ରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା,କୁ ଗିରଫ କରିଛି ପୋଲିସ। ଗିରଫ ରାଜନେତା ମାନେ ଏହି ହତ୍ୟାକାଣ୍ଡ ରେ ରାଜନୀତି ପଶାପାଲିରେ ର ଶିକାର ହୋଇଥିବା ଚର୍ଚ୍ଚାର ବିଷୟ ହୋଇଛି। ଏହି ହତ୍ୟା କାଣ୍ଡ ପଛରେ ଥିବା ବଡ଼ ମୁଣ୍ଡ କୁ ସୁରକ୍ଷିତ ଦେବା ପାଇଁ ଆଜି ନେତା ମାନଙ୍କୁ ବଳୀ ପକା ଯାଇଥିବା କୁ ନେଇ ଆଲୋଚନା ହେଲାଣି। ବିକ୍ରମ ପଣ୍ଡାଙ୍କ ରାଜନୀତି ଜୀବନ ରେ ସେ କାହାକୁ ଚାପୁଡ଼ା ମାରିନଥିବା ବେଳେ ଆଜି ରାଜନୀତିର ଶିକାର ହେବା ସହ ଜେଲ ହାଜତକୁ ଯିବାକୁ ପଡିଥିବା ଚର୍ଚ୍ଚା ଜୋର ଧରିଛି। ସୁଧ, ବାଲି ଓ ଜମିଜମା କୁ ନେଇ ହତ୍ୟାକାଣ୍ଡ ଘଟିଥିବା ଆଲୋଚନା ଶେଷରେ ରାଜନୀତି କୁ ନେଇ ହତ୍ୟା ହୋଇଥିବା ରହସ୍ୟ ଘେରରେ ରହିଯାଇଥିବା ଆଲୋଚନା ହେଉଛି।ଆଜି ବ୍ରହ୍ମପୁର ଏସ. ପି ଶ୍ରବଣା ବିବେକ ଏମ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲରେ ବଡ ଖୁଲାସା କରିଛନ୍ତି। ପୋଲିସ କହିବା ଅନୁସାରେ ପୀତବାସଙ୍କୁ ମାରିବା ପାଇଁ ହୋଇଥିଲା ଡିଲ୍ । ପ୍ରଥମେ ହତ୍ୟାକାରୀଙ୍କୁ ୧୦ଲକ୍ଷ ଟଙ୍କା ଦିଆଯାଇଥିଲା । ହତ୍ୟା ପରେ ଆଉ ୪୦ ଲକ୍ଷ ଟଙ୍କା ଦେବା ପାଇଁ ଡିଲ୍ ହୋଇଥିଲା । ସୂଚନା ଥାଉକି ପ୍ରଥମେ ଏହି ଆଧାରରେ ବିହାର ସୁଟର ସହିତ କଥା ହୋଇଥିବା ପରେ ସେମାନେ ଅତ୍ୟଧିକ ଟଙ୍କା ମାଗି ଥିଲେ ପରବର୍ତ୍ତୀ ସମୟରେ ଓଡ଼ିଶା ତଥା ଗଞ୍ଜାମ ଜିଲ୍ଲାର ସାର୍ପ ସୁଟର କୁ ବଛା ଯାଇଥିଲା । ସାର୍ପ ସୁଟର ୧୦ ଲକ୍ଷ ଟଙ୍କା ଅଗ୍ରୀମ ନେଇଥିଲା । ଚିଣ୍ଟୁ ପ୍ରଧାନ ଗାଡି ଚଳାଇଥିଲେ । କୁରୁପତି ଭୂୟାଁ ଗୁଳି ଚଳାଇଥିଲେ ପୀତବାସ ଙ୍କ ଉପରକୁ । ନୂଆ ସାର୍ଟପ୍ୟାଣ୍ଟ ପିନ୍ଧି ହତ୍ୟା କରିଥିଲେ ହତ୍ୟାକାରୀ । ପୂର୍ବରୁ ୩ ଥର ମାରିବାକୁ ହୋଇଥିଲା ଉଦ୍ୟମ । ସମସ୍ତ ବ୍ୟକ୍ତି ବିକ୍ରମ ପଣ୍ଡାଙ୍କ ସହେଯାଗୀ ବୋଲି କୁହାଯାଉଛି । ବାର କାଉନସିଲ ନିର୍ବାଚନରୁ ବନ୍ଧୁ ହୋଇଥିଲା ବଇରୀ ।ମଳୟ ବିଷୋୟୀ , ମଦନ ଦଳେଇ , ବିକ୍ରମ ପଣ୍ଡା ଓ ପିଣ୍ଟୁ ଦାସ ମିଶି ସବୁ ଷଡଯନ୍ତ୍ର କରାଇଥିଲେ । ମଳୟ ବିଷୋୟୀ ଓ ମଦନ ଦଳେଇ ଜରିଆରେ ଷଡଯନ୍ତ୍ର କରିଥିଲେ ବିକ୍ରମ ପଣ୍ଡା । ବିକ୍ରମ ପଣ୍ଡା ଓ ପିଣ୍ଟୁ ଦାସଙ୍କ ଠାରୁ ୫୦ ଲକ୍ଷ ଆଣିବାର ବ୍ୟବସ୍ଥା ହୋଇଥିଲା । ଉମା ବିଷୋୟୀ ପାଖରେ ସବୁ ଡିଲ ଟଙ୍କା ରହିଛି କହିଛନ୍ତି ବ୍ରହ୍ମପୁର ଏସପି । ପିଣ୍ଟୁ ଦାସଙ୍କ ନାଁରେ ୩୮ଟି ମାମଲା ରହିଛି । ବିକ୍ରମ ପଣ୍ଡାଙ୍କ ନାଁରେ ଅପରାଧିକ ଷଡଯନ୍ତ୍ର ପ୍ରମାଣ ମିଳିଛି । ବିକ୍ରମ ପଣ୍ଡାଙ୍କ ସମେତ ୧୨ ଜଣଙ୍କୁ ଗିରଫ କରିଛି ପୋଲିସ । ଏବଂ ଦୁଇଟି ପିସ୍ତୋଲ, ଦୁଇଟି ହେଲିମେଟ, କିଛି କପଡା ଜବତ କରିଛି ପୋଲିସ, ବ୍ୟବହୃତ ହୋଇଥିବା ମୋଟର ସାଇକେଲ ରାମେଶ୍ୱର ରେ ଛାଡି ଦେଇଥିଲେ ଯାହାକି ଅନ୍ୟ କିଏ ମୋଟର ସାଇକେଲ ଟିକୁ ନେଇ ଯାଇଛି ତାହା ଏବେ ସୁଦ୍ଧା ପୋଲିସ ହାତରେ ଲାଗିନି l ଏହି ଘଟଣାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ମେୟର ଶିବ ଶଙ୍କର ଦାସ ଓରଫ ପିଣ୍ଟୁ ଗିରଫ । କର୍ପୋରେଟର ମଳୟ ବିଷୋୟୀ ବି ଗିରଫ ହୋଇଛନ୍ତି । ବିକ୍ରମଙ୍କ ନିକଟତମ ସହେଯାଗୀ ମଦନ ଦଳେଇ ଗିରଫ ହୋଇଛନ୍ତି । କୁରୁପତି ଭୂୟାଁ , ସୁଦର୍ଶନ ଜେନା , ଚିଣ୍ଟୁ ପ୍ରଧାନ, ଶିଶୁ କୁମାର ପାସୱାନ, କୁନ୍ଦନ କୁମାର , ବିପିନ ସ୍ୱାଇଁ, ଯୋଗୀ ଦତ୍ତ, ଉମା ବିଷୋୟୀ, ଶିମାଞ୍ଚଳ ନାହାକ , ଯୋଗେନ୍ଦ୍ର ରାଉତ , ରାଜେନ୍ଦ୍ର କୁମାର ସାହୁ ଗିରଫ ହୋଇଛନ୍ତି । ୧୫ ଜଣଙ୍କ ସମ୍ପୃକ୍ତି ରହିଛି । ୧୨ ଜଣଙ୍କୁ ଗିରଫ କରାଯାଇଛି ୩ ଜଣ ରାଜ୍ୟ ବାହାରକୁ ଖସି ପଳାଇଛନ୍ତି ସେଥରେ ରହିଛି ମୁଖ୍ୟ ସୁଟର। ପୋଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି ।ଆଜି ସକାଳେ ବିକ୍ରମ ପଣ୍ଡାଙ୍କୁ ବ୍ରହ୍ମପୁର କୋର୍ଟକୁ ଭ୍ୟାନରେ ଆଣିଥିଲା ପୋଲିସ । ଘନ ଘନ ଜେରା ମଧ୍ୟ କରୁଥିଲେ । ଜେରା ପରେ ବିକ୍ରମ ପଣ୍ଡାଙ୍କୁ ଗିରଫ କରାଯାଇଛି । କୋର୍ଟରେ ହାଜର କରାଯାଇଛି । କୋର୍ଟ କଣ ନିଷ୍ପତ୍ତି ନେଉଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିଛି । ଏବେବି ଏହି ହତ୍ୟାକାଣ୍ଡ ର ରହସ୍ୟ ଅଡୁଆ ସୂତା ପରି ଲାଗୁଛି l ବାଲି, ଖଣି, ଜମି ପରେ ରାଜନୈତିକ କାରଣ ରୁ ଏହି ହତ୍ୟା କରାଯାଇଛି ବୋଲି ପୋଲିସ ଗଣ ମାଧ୍ୟମ ନିକଟରେ ସ୍ପଷ୍ଟ କରିଛି l କିନ୍ତୁ ସାଧାରଣ ରେ ଆଲୋଚନା ହେଉଛି ବଡ଼ ହସ୍ତି କୁ ହାତ ନମାରି ବିକ୍ରମ ପଣ୍ଡା କୁ ବଳି ଦିଆଗଲା କି..? ଏହା ସାଧାରଣ ଲୋକଙ୍କ ପ୍ରଶ୍ନ l ବର୍ତ୍ତମାନ ସୁଦ୍ଧା ୩ ଫେରାର ଅଛନ୍ତି ଏବଂ ମୁଖ୍ୟ ହତ୍ୟାକାରୀ ପୋଲିସ ହାତରେ ଲାଗିନି ତେଣୁ ଅତି ତରବରିଆ ଭାବରେ ସାମ୍ବାଦିକ ସମ୍ମିଳନୀ କରିବାର ଉଦେଶ୍ୟ କଣ ଏହାକୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରୁଛି l ଓଡିଶା ପୋଲିସ ମହାନିର୍ଦେଶକ ଭୁବନେଶ୍ୱର ରେ କହିଥିଲେ ୨ ସାରଫ ସୁଟର କୁ କଲିକତା ଏବଂ ବିହାର ବୋର୍ଡରୁ ଗିରଫ କରାଯାଇଛି ତେବେ ସେମାନେ କୁଆଡେ ଗଲେ..? ସେଯାହାବି ହେଉ ପୀତବାସ ପଣ୍ଡାଙ୍କୁ ଯିଏ ହତ୍ୟାକାରୀ ସେ ଧରା ପଡିବା ପରେ ଅନେକ କିଛି ତଥ୍ୟ ପୁଣି ପଦାକୁ ଆସିବ l

Leave A Reply

Your email address will not be published.