
ନୂଆଦିଲ୍ଲୀ: ଭାରତରେ ଦୀପାବଳି ପାଳନ ପରେ ବାୟୁ ପ୍ରଦୁଷଣ ହୋଇଥିଲା । ବାୟୁର ଗତି ଉତ୍ତରପଶ୍ଚିମ ଦିଗରେ ଥିବା ଯୋଗୁଁ ପାକିସ୍ତାନର ବିଭିନ୍ନ ସହରରେ ବାୟୁପ୍ରଦୁଷଣ ବୃଦ୍ଧି ପାଇଛି ।
ଲାହୋରରେ ଧୂଆଁ ଭର୍ତ୍ତି ହୋଇଯିବା ଯୋଗୁଁ ଶ୍ୱାସ ଗ୍ରହଣରେ କଷ୍ଟ ଅନୁଭବ ହୋଇଥିଲା । ବିଭିନ୍ନ ସ୍ଥାନରେ ସ୍ମଗ ଗନ୍ ରଖାଯାଇ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରାଯାଉଥିବାର ଭିଜୁଆଲ୍ ଭାଇରାଲ୍ ହୋଇଛି । ଲାହୋରରେ ବାୟୁ ପ୍ରଦୁଷଣ ବୃଦ୍ଧି ପାଇଥିଲା ଏହା ମଙ୍ଗଳବାରରେ ବିଶ୍ୱର ଦ୍ୱିତୀୟ ସ୍ଥାନରେ ରହିଥିଲା ।
ପାକିସ୍ତାନର ଲାହୋର, ଫୈସଲାବାଦବାଦ,ଗୁରଜନଓ୍ୱାଲା, ସହିଓ୍ୱାଲ, ମୁଲତାନ ଅଞ୍ଚଳରେ ବାୟୁ ପ୍ରଦୁଷଣ ବୃଦ୍ଧି ପାଇଛି।