
ଛତ୍ରପୁର : ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ -2025 ଉପଲକ୍ଷେ ଜିଲ୍ଲା ଜରୁରୀକାଳୀନ ବିଭାଗ ଆନୁକୂଲ୍ୟରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଚିତ୍ରାଙ୍କନ, ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତା ସୂଚନା କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଆର୍ଟ ଗ୍ୟାଲେରୀର କର୍ମଚାରୀ ଭିକାରୀ ବେହେରା, ରବୀନ୍ଦ୍ର ନାଥ ଦାଶ, ଛତ୍ରପୁର ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଏ. ବିଶ୍ବମ୍ଭର, ଅବସରପ୍ରାପ୍ତ ସରକାରୀ କରମଂଚାରୀ ତଥା ସାମ୍ବାଦିକ ଭି. ରାଜେନ୍ଦ୍ର ରାଜୁବିଚାରପତି ଭାବେ ଦାୟିତ୍ବ ତୁଲାଇ ଥିଲେ । ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ତରୀୟଚିତ୍ରାଙ୍କନ ପ୍ରତିଯୋଗିତାରେ ପ୍ରଥମ – ଟି. ତିଶିକା ରେଡ୍ଡୀ – କେନ୍ଦ୍ରୀୟ ବିଦ୍ୟାଳୟ, ଛତ୍ରପୁର,. ଦ୍ବିତୀୟ – ହିମାଂଶୁ ପ୍ରଧାନ – କେନ୍ଦ୍ରୀୟ ବିଦ୍ୟାଳୟ, ଛତ୍ରପୁର ତୃତୀୟ – ନମ୍ରତା ବେହେରା – ସେଣ୍ଟ ଜାଭିୟର୍ସ ପବ୍ଲିକ୍ ସ୍କୁଲ, ଛତ୍ରପୁର, ଉଚ୍ଚବିଦ୍ୟାଳୟ ସ୍ତରୀୟ, ଚିତ୍ରାଙ୍କନ ପ୍ରତିଯୋଗିତାରେ ପ୍ରଥମ – ସୋହାଂଶୁ ମହାନ୍ତି – କେନ୍ଦ୍ରୀୟ ବିଦ୍ୟାଳୟ, ଛତ୍ରପୁର. ଦ୍ବିତୀୟ – ଅଂଶୁମାନ ପଣ୍ଡା – କେନ୍ଦ୍ରୀୟ ବିଦ୍ୟାଳୟ, ଛତ୍ରପୁର ତୃତୀୟ – ସୌମ୍ୟ ରଞ୍ଜନ ମଲ୍ଲିକ – ପୋଲିସ୍ ହାଇସ୍କୁଲ, ଛତ୍ରପୁର , ମହାବିଦ୍ୟାଳୟ ସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତା ରେ ପ୍ରଥମ – ଶ୍ରୀୟାଶ୍ରୀ ପଣ୍ଡା – ଓଡିଶା ଆଦର୍ଶ ବିଦ୍ୟାଳୟ, ଚମାଖଣ୍ଡି, ଦ୍ବିତୀୟ- ଡି. ଲିଜା ରେଡ୍ଡୀ – ଓଡିଶା ଆଦର୍ଶ ବିଦ୍ୟାଳୟ, ଚମାଖଣ୍ଡି ତୃତୀୟ – ସୁତାରୀ ସୋନାଲି ରେଡ୍ଡୀ- ଛତ୍ରପୁର ମହିଳା ସ୍ନାତକ ମହାବିଦ୍ୟାଳୟ ଉଚ୍ଚବିଦ୍ୟାଳୟ ସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତାରେ ପ୍ରଥମ – ଅଙ୍କିତା ବେହେରା –ଶ୍ରୀ ମା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ଛତ୍ରପୁର ଦ୍ବିତୀୟ –ପଦ୍ମିନୀ ମୁଦୁଲୀ – ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ରିକାପଲ୍ଲୀ ତୃତୀୟ – କେ.ଲିପିଶ୍ରୀ – ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ରିକାପଲ୍ଲୀ ଉଚ୍ଚବିଦ୍ୟାଳୟ ସ୍ତରୀୟ ବକ୍ତୃତା ପ୍ରତିଯୋଗିତାରେ ପ୍ରଥମ – ଶ୍ରୀୟାଶ୍ରୀ ବିଷୋୟୀ – କେନ୍ଦ୍ରୀୟ. ବିଦ୍ୟାଳୟ, ଛତ୍ରପୁର ଦ୍ବିତୀୟ- ଭୂମିକା ରାଣୀ ସାହୁ – କେନ୍ଦ୍ରୀୟ. ବିଦ୍ୟାଳୟ, ଛତ୍ରପୁର ମହାବିଦ୍ୟାଳୟ ସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପ୍ରଥମ – ଶିବାନୀ ବେହେରା – ଛତ୍ରପୁର ମହିଳା ସ୍ନାତକ ମହାବିଦ୍ୟାଳୟ ଦ୍ବିତୀୟ – ରେଶ୍ମା ସ୍ବାଇଁ – ଛତ୍ରପୁର ମହିଳା ସ୍ନାତକ ମହାବିଦ୍ୟାଳୟ ,ଓ ଜ୍ୟୋତିର୍ମୟୀ ବେହେରା – ପଣ୍ଡିତ ନୀଳକଣ୍ଠ ଉତ୍କଳ ଏକାଡେମୀ କଲେଜ, ଛତ୍ରପୁର ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।