ନୂଆପଡା ଉପନିର୍ବାଚନ ଲାଗି ୮ ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଲା ବିଜେପି

add-all

ନୂଆପଡା: ନୂଆପଡା ଉପନିର୍ବାଚନ ପାଇଁ ୮ଜଣ ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଇଛି ବିଜେପି । ବଞ୍ଜରୀ ଦାୟିତ୍ୱ ପାଇଁ ରବି ନାଏକ, ସୁନାଦେଇ ପାଇ ଗଣେଶ ରାମସିଂ ଖୁଣ୍ଟିଆ, ପାତାଳେଶ୍ୱର ପାଇଁ ଗୋକୁଳାନନ୍ଦ ମଲ୍ଲିକ, ଜୟଜଙ୍ଗା ପାଇଁ କୃଷ୍ଣ ଚନ୍ଦ୍ର ପାତ୍ର, କୋନାଭଇରା ପାଇଁ ବିଭୂତି ଭୂଷଣ ଜେନା, ଯୋଗେଶ୍ୱର ପାଇଁ ନିତ୍ୟାନନ୍ଦ ଗଣ୍ଡ, ନୂଆପଡା ଏନଏସି ପାଇଁ ମୁକେଶ ମହାଲିଙ୍ଗ, ଖରିଆର ରୋଡ୍‌ ଏନଏସି ପାଇଁ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ଦାୟିତ୍ୱ ଦିଆଯାଇଛି ।

ନୂଆପଡା ଉପନିର୍ବାଚନ ପାଇଁ ବିଜେପି ପକ୍ଷରୁ ଜୟ ଢୋଲକିଆ ପ୍ରାର୍ଥୀ ହେବା ପରେ ତାଙ୍କୁ ବିଜୟ କରିବାକୁ ଦଳ ପୁରା ରଣନୀତି ପ୍ରସ୍ତୁତ କରିଛି । ମୁଖ୍ୟମନ୍ତ୍ରୀଙ୍କ ସହ ୪୦ଜଣଙ୍କୁ ପ୍ରଚାରକ ଦାୟିତ୍ୱ ଦିଆଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ନିଜେ ମଧ୍ୟ ଦୁଇ ଥର ନୂଆପଡା ଯାଇଥିବା ବେଳେ ଆଗକୁ ପ୍ରଚାର ପାଇ ଯାଇପାରନ୍ତି ।

ad-week
Leave A Reply

Your email address will not be published.