
ବାଲିଗୁଡା :କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ୫୯ନଂ ଜାତୀୟ ରାଜପଥର ଗଦ୍ରିଙ୍ଗିଆ ଘାଟିରେ ଅଘଟଣ ଘଟିଛି। ୨୦ଫୁଟ ତଳକୁ ଖସିଲା କୋଇଲା ବୋଝେଇ ଟ୍ରକ । ଟ୍ରକଟି ରେଢ଼ାଖୋଲରୁ ରାୟଗଡା ଅଭିମୁଖେ ଯାଉଥିବାବେଳେ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାରେ ଡ୍ରାଇଭର ଆହତ ହୋଇଥିବା ସୂଚନା ମିଳିଛି। ଖବର ପାଇ ବାଲିଗୁଡା ପୁଲିସ୍ ଘଟଣାସ୍ଥଳରେ ପହଁଞ୍ଚି ତୁରନ୍ତ ଉଦ୍ଧାର କରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଛି।