ଛେଳିକୁ ବଞ୍ଚାଇବାକୁ ଯାଇ ଯୁବକ ଗୁରୁତର, ହାତ ଛିଣ୍ଡେଇ ନେଲା କୁମ୍ଭୀର

youtube

ଅନୁଗୁଳ : ଯୁବକଙ୍କ ହାତ ଛିଣ୍ଡେଇ ନେଲା କୁମ୍ଭୀର । ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ରଣିଆକଟା ପଞ୍ଚାୟତ ଝାମ୍ପୁଲି ଗାଁ ନିକଟ ଏକ ଯୋରରେ ଥିବା କୁମ୍ଭୀର ଜଣେ ଯୁବକଙ୍କ ହାତକୁ କାମୁଡ଼ି ଛିଣ୍ଡେଇ ନେଇଯାଇଛି । କୁମ୍ଭୀର ମୁହଁରୁ ଛେଳିକୁ ବଞ୍ଚାଇବାକୁ ଯାଇ ଯୁବକ ଜଣକ ଏହି ଭୟାନକ ଘଟଣାର ସମ୍ମୁଖୀନ ହୋଇଛନ୍ତି । କୁମ୍ଭୀର ଆକ୍ରମଣରେ ଗୁରୁତର ଯୁବକ ଝାମ୍ପୁଲି ଗାଁର ରଞ୍ଜିତ ପ୍ରଧାନ । ତାଙ୍କୁ ପ୍ରଥମେ କିଶୋରନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ସେଠାରୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଅଣା ଯାଇଥିଲା । ଛେଳି ପାଣି ପିଇବା ପାଇଁ ଯୋର ଭିତରକୁ ପଶିଥିବା ବେଳେ ଏକ କୁମ୍ଭୀର ଝାମ୍ପ ମାରିଥିଲା ।

ରଞ୍ଜିତ କୁମ୍ଭୀର ମୁହଁରୁ ଛେଳିକୁ ବଞ୍ଚାଇବା ପାଇଁ ପାଣି ଭିତରକୁ ଡେଇଁ ପଡ଼ିଥିଲେ । ଫଳରେ କୁମ୍ଭୀର ଛେଳିକୁ ଛାଡ଼ି ରଞ୍ଜିତଙ୍କ ବାମ ହାତକୁ କାମୁଡ଼ି ପାଣି ଭିତରକୁ ଟାଣି ନେଇଥିଲା। ପାଣି ଭିତରେ କୁମ୍ଭୀର କବଳରୁ ନିଜକୁ ବଞ୍ଚାଇବା ପାଇଁ ସେ ବହୁ ଚେଷ୍ଟା କରିଥିଲେ । କୁମ୍ଭୀର ଆକ୍ରମଣରେ ହାତ ହରାଇଥିବା ରଞ୍ଜିତ ପ୍ରଧାନଙ୍କୁ ବନବିଭାଗ ତରଫରୁ ଚିକିତ୍ସା ସହାୟତା ଯୋଗାଇ ଦେବାକୁ ଗାଁଲୋକ ଦାବି କରିଛନ୍ତି । କୁମ୍ଭୀର ଭୟରେ ଗାଁରେ କୋକୁଆଭୟ ଖେଳିଯାଇଛି।

Leave A Reply

Your email address will not be published.