
ପୁରୀ : ଜୈବିକ ଟାଉଳରୁ ପ୍ରସ୍ତୁତ ହେବ ମହାପ୍ରଭୁଙ୍କ କୋଠଭୋଗ । ଆସନ୍ତା ରଥଯାତ୍ରାରୁ ଜୈବିକ ଚାଉଳରୁ କୋଠ ଭୋଗ ପ୍ରସ୍ତୁତ କରାଯିବ । ବଳଭଦ୍ର ଜୈବିକ ଚାଷ ମିଶନ ଦ୍ୱାରା ପ୍ରସ୍ତୁତ ଚାଉଳରୁ କୋଠ ଭୋଗ ପ୍ରସ୍ତୁତ ହେବ ବୋଲି କୃଷି ବିଭାଗ ସଚିବ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି । ଅମୃତ ଅନ୍ନ ଯୋଜନାରେ ଜୈବିକ ଚାଉଳରୁ କୋଠ ଭୋଗ ପ୍ରସ୍ତୁତ ହେବ ।
ଏଥି ପାଇଁ ବରଗଡ଼, କଟକ ଏବଂ କୋରାପୁଟ ଜିଲ୍ଲାରେ ଜୈବିକ ଚାଷ କରାଯାଉଛି । ବଳଭଦ୍ର ଜୈବିକ ଚାଷ ମିଶନରେ ଜୈବିକ ଚାଷ ପାଇଁ ସହାୟତା ଦିଆଯାଇଛି । କୋଠ ଭୋଗ ପାଇଁ ଆବଶ୍ୟକୀୟ ପରିମାଣର ଚାଉଳ ଅମଳ ହେବ । ଯଦି ବଳକା ରହେ କିଛି ପରିମାଣର ମହାପ୍ରସାଦ ମଧ୍ୟ କରାଯିବ । ଆନନ୍ଦ ବଜାରରେ ଜୈବିକ ମହାପ୍ରସାଦ ପାଇଁ ହେବ ସ୍ୱତନ୍ତ୍ର କାଉଣ୍ଟର । ପରବର୍ତ୍ତୀ ସମୟରେ ଜୈବିକ ପନିପରିବା ମଧ୍ୟ ବ୍ୟବହାର କରାଯିବ ।