ବାଘ ଆକ୍ରମଣରେ ଛେଳି ଚରାଳି ଗୁରୁତର

Independence

ଅନୁଗୋଳ: ଅନୁଗୋଳ ଜିଲ୍ଲା ପୁରୁଣାକୋଟ ଥାନା ଅନ୍ତର୍ଗତ ଟାଇଁସି ଗ୍ରାମ ନିକଟରେ ବାଘ ଆକ୍ରମଣରେ ଜଣେ ଗୁରୁତର ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଗୁରୁତର ଜଣକ ହେଲେ ଟାଇଁସି ଗ୍ରାମର ପୁରେନ୍ଦ୍ର ବେହେରାଙ୍କ ପୁଅ ବସନ୍ତ ବେହେରା (୫୫)।

ସୂଚନାଯୋଗ୍ୟ, ବସନ୍ତ ପ୍ରତ୍ୟକ ଦିନ ଘରଠାରୁ ୧ କିଲୋମିଟର ଦୂରରେ ଥିବା ଜଙ୍ଗଲକୁ ଛେଳି ଚରାଇବା ପାଇଁ ଯାଆନ୍ତି। ଶୁକ୍ରବାର ସକାଳୁ ମଧ୍ୟ ବସନ୍ତ ଗାଁ ପାଖ ଜଙ୍ଗଲକୁ ଛେଳି ଚରାଇବା ପାଇଁ ଯାଇଥିଲେ। ଦିନ ୧୨ଟା ବେଳକୁ ଛେଳି ଚରାଇବା ବେଳେ ୨ଟି ବାଘ ଆସି ବସନ୍ତଙ୍କ ଗୋଡ଼କୁ କାମୁଡ଼ି ଦେଇଥିଲେ। ବସନ୍ତ ଚିତ୍କାର କରିବାରୁ ପାଖରେ ଥିବା ଲୋକମାନେ ବାଘକୁ ଘଉଡାଇ ବସନ୍ତଙ୍କୁ ଉଦ୍ଧାର କରିଥିଲେ। ବନ ବିଭାଗ ଖବର ପାଇ ବସନ୍ତଙ୍କୁ ଉଦ୍ଧାର କରି ଗାଡି ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା।

ad-week
Leave A Reply

Your email address will not be published.