ପରକିୟା ପ୍ରୀତି ସନ୍ଦେହରେ ମହିଳା ଓ ପୁରୁଷଙ୍କୁ ଜୋତା ମାଳ ପିନ୍ଧାଇବା ଅଭିଯୋଗରେ ୪ ଗିରଫ

youtube

ଆନନ୍ଦପୁର : ମହଙ୍ଗା ପଡ଼ିଲା କଙ୍ଗାରୁ କୋର୍ଟ । ପରକିୟା ପ୍ରୀତି ସନ୍ଦେହରେ ଜଣେ ମହିଳା ଓ ପୁରୁଷଙ୍କୁ ଜୋତା ମାଳ ପିନ୍ଧାଇ ଗାଁ ଦାଣ୍ଡରେ ବୁଲାଇବା ପଡ଼ିଲା ମହଙ୍ଗା । ଭିଡିଓ ଭାଇରାଲ ପରେ ୪ଜଣଙ୍କୁ ଗିରଫ କଲା ପୋଲିସ । ଆନନ୍ଦପୁର ଥାନା ଷଡ଼ଙ୍ଗୀ ଗ୍ରାମର ଅଭାବନୀୟ ଘଟଣା । ଗାଁର ଶିଶିର ଶଙ୍ଖୁଆଳ ବିଲରୁ ଧାନ କାଟି ଫେରିବା ବେଳେ ଜଣେ ମହିଳାଙ୍କ ନିକଟକୁ ରସି ପିଇବା ପାଇଁ ଯାଇଥିଲେ ।

ସେହି ସମୟରେ ଗ୍ରାମର କିଛି ଯୁବକ ମହିଳାଙ୍କ ନିକଟରେ ଶିଶିରଙ୍କୁ ଦେଖି ଉଭୟଙ୍କୁ ନିର୍ଦ୍ଦୁମ ମାଡ଼ ମାରିବା ସହ ଲଙ୍କା ଗୁଣ୍ଡ ଓ ପାଣି ଢାଳି, ବେକରେ ଜୋତା ମାଳ ପିନ୍ଧାଇ ଗାଁ ରାସ୍ତାରେ ବୁଲାଇଥିଲେ । ଯାହାର ଭିଡିଓଟି ଭାଇରାଲ ହୋଇଥିଲା । ଏନେଇ ଆନନ୍ଦପୁର ଥାନାରେ ସମ୍ପୃକ୍ତ ମହିଳା ଅଭିଯୋଗ କରିଥିଲେ । ପୋଲିସ ମାମଲାରେ ସମ୍ପୃକ୍ତ ସେହି ଗ୍ରାମର ୨ ଜଣ ମହିଳା ଏବଂ ୨ ଜଣ ପୁରୁଷଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।

Leave A Reply

Your email address will not be published.