ପୁଲିସ୍‌ ଇନଫର୍ମର ସନ୍ଦେହରେ ଦୁଇ ଗ୍ରାମବାସୀଙ୍କୁ ହତ୍ୟା କଲେ ମାଓବାଦୀ

add-all

ମାଲକାନଗିରି : ମାଲକାନଗିରି ସୀମାନ୍ତ ବିଜାପୁର ଜିଲ୍ଲା ଲାଲବାହିନୀଙ୍କ ବର୍ବରତା। ମାଓବାଦୀମାନେ ଅସୁର ଥାନା ଅନ୍ତର୍ଗତ ନେଲାକାଂକେର ଗାଁର ଦୁଇ ଗ୍ରାମବାସୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ଗତକାଲି ବିଳମ୍ବିତ ରାତିରେ ସଶସ୍ତ୍ର ମାଓବାଦୀମାନେ ନେଲା କାଙ୍କେର ଗାଁରେ ପହଞ୍ଚିଥିଲେ। ଗାଁର ରବି କୁଟ୍ଟୁମ ଏବଂ ତିରୁପତି ସୋଡି ନାମକ ଦୁଇ ଗ୍ରାମବାସୀଙ୍କୁ ଖୋଜିଥିଲେ। ଗ୍ରାମବାସୀମାନେ ରାତିରେ ମାଓବାଦୀ ମାନଙ୍କୁ ଗାଁରୁ ତଡିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ମାଓବାଦୀମାନ ଗ୍ରାମବାସୀଙ୍କ ସମ୍ମୁଖରେ ରବି ଏବଂ ତିରୁପତିଙ୍କୁ ଘରୁ ଟାଣି ଆଣି ସମସ୍ତଙ୍କ ସାମ୍ନାରେ ହତ୍ୟା କରିଥିଲେ। ରବି ଓ ତିରୁପତିଙ୍କୁ ପୁଲିସ ଇନଫର୍ମର ଭାବେ କାମ କରୁଥିବା ସନ୍ଦେହ କରି ହତ୍ୟା କରିଥିଲେ।

ad-week
Leave A Reply

Your email address will not be published.