ମୃତଦେହ ଗ୍ରହଣ କଲେନି ପରିବାର, ଥାନାରେ ପଡିରହିଲା ଶବ

add-all

ସୁବର୍ଣ୍ଣପୁର: ମୃତଦେହ ଗ୍ରହଣ କଲେନାହିଁ ପରିବାର। ଥାନାରେ ୮ ଘଣ୍ଟା ହେଲା ପଡିରହିଛି ମୃତଦେହ। ଜଗି ରହିଛନ୍ତି ସ୍ତ୍ରୀ ଓ ପୁଅ। ପାରିବାରିକ କଳହ ପାଇଁ ଶବ ଗ୍ରହଣ କରିଲେନି ପରିବାର। ବିନିକା ଥାନାରେ ଦୀର୍ଘ ୮ ଘଣ୍ଟା ଧରି ପଡ଼ିରହିଛି ମୃତଦେହ। ଶବ ଜଗି ରହିଛନ୍ତି ମୃତକଙ୍କ ସ୍ତ୍ରୀ ଏବଂ ୭ ବର୍ଷୟ ପୁଅ। ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ବରପଦର ଗାଁରେ ଏଭଳି ଘଟଣା ଘଟିଛି।

ସୂଚନା ମୁତାବକ, ବରପଦର ଗାଁର ପ୍ରମୋଦ ବାଗ (୩୮ବର୍ଷ) ଅସୁସ୍ଥ ଥିଲେ। ସ୍ୱାମୀକୁ ଭଲ କରିବା ପାଇଁ ସ୍ତ୍ରୀ ଜନନୀ ବାଗ ପ୍ରଥମେ କୁଚିଣ୍ଡା ମେଡିକାଲ ଓ ପରେ ବୁର୍ଲା ବୀର ସୁରେନ୍ଦ୍ର ସାଏ ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ତାଙ୍କ ମୃତ୍ୟୁ ହୋଇଥିଲା।

ମହାପ୍ରୟାଣ ଗାଡ଼ିରେ ସ୍ୱାମୀଙ୍କ ମୃତଦେହକୁ ସିଲାଟୀ ପଞ୍ଚାୟତ ବରପଦର ଗାଁକୁ ଶବ ସତ୍କାର ପାଇଁ ନେଇଥିଲେ ବି ପୂର୍ବରୁ ପରିବାରରେ କଳହ ଲାଗି ରହିଥିବାରୁ ପରିବାର ଲୋକେ ଶବକୁ ଗ୍ରହଣ କରିନଥିଲେ। ଫଳରେ ନ୍ୟାୟ ଦାବିରେ ଶବକୁ ବିନିକା ଥାନାକୁ ଆଣିଛନ୍ତି ମୃତକ ପ୍ରମୋଦଙ୍କ ସ୍ତ୍ରୀ ଜନନୀ। ବର୍ତ୍ତମାନ ଥାନାରେ ମହାପ୍ରୟାଣ ଗାଡ଼ି ଭିତରେ ଶବ ପଡ଼ିଥିବା ବେଳେ ସ୍ତ୍ରୀ ଓ ୭ ବର୍ଷର ପୁଅ ଜଗିଛନ୍ତି ।

ad-week
Leave A Reply

Your email address will not be published.