୪ ଲକ୍ଷ ୧୫ ଶହ ଟଙ୍କାର ନକଲି ନୋଟ୍ ଜବତ

youtube

ବିନିକା : ବିନିକାରେ ନକଲି ନୋଟ୍ ରାକେଟ୍ ଠାବ । ସୁବର୍ଣ୍ଣପୁର ବିନିକା ଅଞ୍ଚଳରେ ଚାଲିଥିଲା ବଡ଼ ଧରଣର ନକଲି ନୋଟ ରାକେଟ୍। ବିଭିନ୍ନ ସ୍ଥାନରେ ଚଢାଉ କରି ୪ଲକ୍ଷ ୧୫ଶହ ଟଙ୍କାର ନକଲି ନୋଟ୍ ଜବତ କରିଛି ପୋଲିସ । ଏଥିରେ ସଂପୃକ୍ତ ଥିବା ଫୁଲମୁଠି ଗାଁର ଅଭିଷେକ ହୋତା, ବିନିକା ବେତେରାପଡ଼ାର ଅଶୋକ ନାଏକ ଏବଂ ନକିଲି ଟଙ୍କା ନେଇଥିବା ଲଛିପୁର ଥାନା ରେଙ୍ଗାଲିଟିଜ୍ରା ଗାଁର ଜୟ ନାରାୟଣ ବସ୍ତିଆଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ଠାରୁ ୮୦୩ ଖଣ୍ଡ ୫୦୦ ଶହ ଟଙ୍କିଆ ନକଲି ନୋଟ ଜବତ କରିଥିବା ସୂଚନା ଦେଇଛନ୍ତି ସୁବର୍ଣ୍ଣପୁର ଏସପି ନାରାୟଣ ନାୟକ।

Leave A Reply

Your email address will not be published.