
ଭୁବନେଶ୍ୱର: ବିଜେପିର ସଂଗଠନ ଅଭିଯାନ। ଡିସେମ୍ବର ୧ରୁ ପ୍ରବାସରେ ଯିବେ ମନ୍ତ୍ରୀ ଓ ବିଧାୟକ । ନିଜ ନିର୍ବାଚନ ମଣ୍ଡଳୀକୁ ଛାଡି ଅନ୍ୟ ନିର୍ବାଚନ ମଣ୍ଡଳୀ ବୁଲି ସଂଗଠନ ଓ ସମସ୍ୟା ଦେଖିବେ ମନ୍ତ୍ରୀ ଓ ବିଧାୟକ । ତୃଣମୂଳ ସ୍ତରରେ ସଂଗଠନକୁ ମଜଭୁତ କରିବାକୁ ବିଜେପିର ଏହା ରଣନୀତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନରେ ଅନୁଷ୍ଠିତ ବିଜେପିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି ।
ମୁଖ୍ୟମନ୍ତ୍ରୀଙ୍କ ସମେତ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତିଙ୍କ ଉପସ୍ଥିତିରେ ପ୍ରବାସ କାର୍ଯ୍ୟକ୍ରମର ରୂପରେଖ ନେଇ ଦୀର୍ଘ ସମୟ ଧରି ଆଲୋଚନା ହୋଇଛି । ଡିସେମ୍ବର ୧ରୁ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ପ୍ରବାସ କାର୍ଯ୍ୟକ୍ରମ। ଏହି ଅବସରରେ ମନ୍ତ୍ରୀମାନେ ଲୋକଙ୍କ ପାଖକୁ ଯିବେ ।
ସେହିପରି ବିଧାୟକମାନେ ମଧ୍ୟ ନିଜ ନିର୍ବାଚନ ମଣ୍ଡଳୀ ବ୍ୟତୀତ ଅନ୍ୟ ବିଧାନସଭା କ୍ଷେତ୍ରଗସ୍ତ କରିବେ । ଦଳୀୟ ସଂbjpଗଠନ କିଭଳି ମଜବୁତ୍ ହେବ ସେନେଇ ବୈଠକ କରିବେ । ଦଳୀୟ ସଂଗଠନର ସ୍ଥିତି ପରଖିବା ସହ ସ୍ଥାନୀୟ ଲୋକଙ୍କ ସମସ୍ୟା ସମ୍ପର୍କରେ ଅବଗତ ହେବେ । ସାଧାରଣ ଲୋକଙ୍କ ସହ ସିଧାସଳଖ ଆଲୋଚନା କରି ସ୍ଥାନୀୟ ସମସ୍ୟା ସମ୍ପର୍କରେ ଜାଣିବେ । ସରକାର ଓ ସଂଗଠନ ମଧ୍ୟରେ ସମନ୍ୱୟ ବୃଦ୍ଧି, ତୃଣମୂଳ ସ୍ତରରେ ଦଳୀୟ ସଂଗଠନକୁ ସୁଦୃଢ଼ କରିବା ଏବଂ ଜନସମ୍ପର୍କ ବଢ଼ାଇବା ଉପରେ ଏହି ଅଭିଯାନରେ ଗୁରୁତ୍ୱ ରହିବ ।
