
ଗୋପ: କୋଣାର୍କ ସୂର୍ଯ୍ୟମନ୍ଦିର ନବଗ୍ରହରେ ହୋମ ନ କରି ଫେରିଲେ ଶହ ଶହ ଶ୍ରଦ୍ଧାଳୁ । ଆଜି ବି ଶାନ୍ତିପୂର୍ଣ୍ଣ ଧାରଣାରେ ବସିଛନ୍ତି ନବଗ୍ରହ ସେବାୟତ । ୫ ଦିନ ଧରି ନବଗ୍ରହ ମନ୍ଦିରରେ ପୂଜାର୍ଚ୍ଚନା ବନ୍ଦ କରି ନ୍ୟାୟ ଭିକ୍ଷା କରି ଶାନ୍ତିପୂର୍ଣ୍ଣ ଭାବେ ବସି ରହିଛନ୍ତି ପୂଜକ । ସମର୍ଥନ ଜଣାଇ ସାମିଲ ହୋଇଛନ୍ତି ହସ୍ତଶିଳ୍ପ ବ୍ୟବସାୟୀ ଓ କାଉନସିଲରମାନେ । ୫ ଦିନ ଧରି କୌଳିକ ବୃତ୍ତି ଓ ପାରମ୍ପରିକ ଅଧିକାରର ସୁରକ୍ଷା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି କୋଣାର୍କ ନବଗ୍ରହ ମନ୍ଦିରର ସେବାୟତ ।
ତିନିଦିନ ତଳେ ସ୍ଥାନୀୟ ତହସିଲଦାର , ବିଡିଓ ଓ କୋଣାର୍କ ଥାନା ଅଧିକାରୀ ପହଞ୍ଚି ପ୍ରାୟ ୪ଘଣ୍ଟା ବୁଝାସୁଝା କରିଥିଲେ ମଧ୍ୟ କୌଣସି ସମାଧାନ ହୋଇପାରି ନାହିଁ । ଆଜି ଶନିବାରରେ ବହୁ ଦୂରଦୁରାନ୍ତରୁ ଆସିଥିବା ଶ୍ରଦ୍ଧାଳୁମାନେ ହୋମ କରିବାକୁ ଆସି ନିରାଶରେ ଫେରିବା ସହିତ ହୋମ ପାଇଁ ଆଣିଥିବା ସାମଗ୍ରୀକୁ ଗୋଟିଏ ସ୍ଥାନରେ ରଖୁଛନ୍ତି ।
ଅନ୍ୟପଟେ ସେବାୟତ ଙ୍କ କହିବା କଥା ଆଗାମୀ ଦିନରେ ଯଦି ଶୀଘ୍ର ଦାବି ପୂରଣ ନହୁଏ ତେବେ ଆଗାମୀ ଦିନରେ ପବିତ୍ର ମାଘ ବୁଡ଼ଠୁ ଆରମ୍ଭ କରି ବିଭିନ୍ନ ଯାନୀ ଯାତ୍ରା ରେ ସରକାରଙ୍କୁ ସହଯୋଗ କରିବେ ନାହିଁ ।
