ଆସନ୍ତା ୧ରୁ ଦୈତାରୀ-ଚଣ୍ଡିଖୋଲ ଜାତୀୟ ରାଜପଥରେ କାର୍ଯ୍ୟକାରୀ ହେବ IEMS, ନିୟମ ଭାଙ୍ଗିଲେ ଘରେ ପହଞ୍ଚିବ ଇ-ଚାଲାଣ

kalipuja

କଟକ: ଦୈତାରୀ-ଚଣ୍ଡିଖୋଲ ଜାତୀୟ ରାଜପଥରେ କାର୍ଯ୍ୟକାରୀ ହେବ ‘ଇଣ୍ଟେଲିଜେଣ୍ଟ ଏନଫୋର୍ସମେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ’ (IEMS) । ଡିସେମ୍ବର ୧ରୁ ଜାରିହେବ ଅଟୋମେଟିକ୍ ଇ-ଚାଲାଣ । ସଡ଼କ ସୁରକ୍ଷାକୁ ଅଧିକ ସୁଦୃଢ଼ କରିବା ଓ ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନକୁ ରୋକିବା ପାଇଁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶ କ୍ରମେ ବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି ।

ଆସନ୍ତା ଡିସେମ୍ବର ପହିଲାରୁ ଯାଜପୁର ଓ କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଦୈତାରୀରୁ ଚଣ୍ଡିଖୋଲ ରାଜପଥରେ ‘ଇଣ୍ଟେଲିଜେଣ୍ଟ ଏନଫୋର୍ସମେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ’ ମାଧ୍ୟମରେ ସିଧାସଳଖ ଇ-ଚାଲାଣ ବ୍ୟବସ୍ଥା କାର୍ଯ୍ୟକାରୀ ହେବ । ଏହି ରାଜପଥରେ ଅତ୍ୟାଧୁନିକ କ୍ୟାମେରା ଓ ବୈଷୟିକ ଜ୍ଞାନକୌଶଳ ସହାୟତାରେ ଚାରୋଟି ପ୍ରମୁଖ ଟ୍ରାଫିକ୍ ନିୟମ ଉଲ୍ଲଂଘନ ଉପରେ କଡ଼ା ନଜର ରଖାଯିବ । ଦ୍ରୁତଗତିରେ ଗାଡ଼ି ଚଳାଇବା, ଦୁଇଚକିଆ ଯାନରେ ତିନି ଜଣ ବସି ଯାତ୍ରା କରିବା, ଚାଳକ କିମ୍ବା ପଛରେ ବସିଥିବା ବ୍ୟକ୍ତି ହେଲମେଟ୍ ନପିନ୍ଧିବା ଏବଂ ବିପରୀତ ଦିଗରେ ଗାଡ଼ି ଚଳାଇବା କ୍ଷେତ୍ରରେ ସ୍ୱୟଂଚାଳିତ ଭାବେ ଇ-ଚାଲାଣ ଜାରିହେବ ।

ଦୈତାରୀ-ଚଣ୍ଡିଖୋଲ ରାଜପଥରେ ବିଭିନ୍ନ ବର୍ଗର ଯାନବାହନ ପାଇଁ ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ସର୍ବାଧିକ ବେଗ ସୀମା କଡ଼ାକଡ଼ି ଭାବେ ଲାଗୁ ରହିବ। ସମସ୍ତ ଯାନବାହନ ଚାଳକଙ୍କୁ ସଡ଼କ ସୁରକ୍ଷା ନିୟମ ମାନିବା, ହେଲମେଟ୍ ବ୍ୟବହାର କରିବା ଏବଂ ନିର୍ଦ୍ଧାରିତ ବେଗ ସୀମା ମଧ୍ୟରେ ଗାଡ଼ି ଚଳାଇବାକୁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି।

ad-week
Leave A Reply

Your email address will not be published.