୩୦ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପୌରପାଳିକା କର୍ମଚାରୀ

kalipuja

ଭୁବନେଶ୍ୱର : ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ପୌରପାଳିକାର ଇନଫ୍ରାଷ୍ଟ୍ରକ୍ଚର ଏକ୍ସପର୍ଟ ବୈବସ୍ୱତ ମନୁ ରାଉତ ଗିରଫ ।  ବୈବସ୍ୱତଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ବକେୟା ଅର୍ଥ ମଞ୍ଜୁର କରାଇଦେବା ପାଇଁ ଜଣେ ହିତାଧିକାରୀଙ୍କଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ତାଙ୍କୁ ଧରିଛି ଭିଜିଲାନ୍ସ। ଅଭିଯୋଗକାରୀଙ୍କ ଘର ନିର୍ମାଣ ପାଇଁ ପିଏମଏୱାଇ- ସହରାଞ୍ଚଳ ଯୋଜନାରେ ମୋଟ ୨ ଲକ୍ଷ ୫୦ ହଜାର ଟଙ୍କା ମଞ୍ଜୁର ହୋଇଥିଲା।

ଏଥିରୁ ୧ ଲକ୍ଷ ୩୦ ହଜାର ଟଙ୍କା ବକେୟା ରହିଥିଲା। ଏହି ଅର୍ଥ ମଞ୍ଜୁର କରାଇଦେବା ପାଇଁ ବୈବସ୍ୱତ ମନୁ ରାଉତ ୩୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ।ହିତାଧିକାରୀ ଜଣକ ଜଣେ ଗରିବ ଆଦିବାସୀ ହୋଇଥିବାରୁ ଲାଞ୍ଚ ଦେବାକୁ ଅସମର୍ଥତା ପ୍ରକାଶ କରିଥିଲେ। ତଥାପି ଅଭିଯୁକ୍ତ ଲାଞ୍ଚ ଦାବିରେ ଅଟଳ ରହିଥିଲେ।

ଏନେଇ ହିତାଧିକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଆଜି ଭିଜିଲାନ୍ସ ଟିମ୍ ଯୋଜନାବଦ୍ଧ ଭାବେ ଚଢ଼ାଉ କରି ଲାଞ୍ଚ ଟଙ୍କା ନେବାବେଳେ ତାଙ୍କୁ ଧରିଛି। ତାଙ୍କଠାରୁ ସମସ୍ତ ୩୦ ହଜାର ଟଙ୍କା ଜବତ କରାଯାଇଛି। ଏ ନେଇ ରାଉରକେଲା ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ ଆଇନର ଧାରା ୭ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି। ଘଟଣାର ତଦନ୍ତ ଜାରି ରହିଛି।

ad-week
Leave A Reply

Your email address will not be published.