
ନୂଆଦିଲ୍ଲୀ : ଆଜିଠୁ ଭାରତ-ଚୀନ ମଧ୍ୟରେ ଆରମ୍ଭ ହେବ ସିଧା ବିମାନ ସେବା । କୋଲକାତାରୁ ଉଡ଼ାଣ ଆରମ୍ଭ କରି ଗୁଆଙ୍ଗଝୋଉ ଯିବ ଇଣ୍ଡିଗୋ ବିମାନ । ନଭେମ୍ବର ୧୦ ତାରିଖରୁ ଦିଲ୍ଲୀ-ଗୁଆଙ୍ଗଝୋଉ ମଧ୍ୟରେ ପୁଣି ବିମାନ ଉଡ଼ାଣ । ଚୀନ୍ ଏୟାରଲାଇନର ଚାଇନା ଇଷ୍ଟର୍ଣ୍ଣ ଆରମ୍ଭ କରିବ ବିମାନ ସେବା ।
ସପ୍ତାହକୁ ୩ ଦିନ ବୁଧବାର, ଶନିବାର ଓ ରବିବାର ବିମାନ ସେବା ଉପଲବ୍ଧ ହେବ । ନଭେମ୍ବର ୯ ତାରିଖରୁ ସାଂଘାଇ-ନୂଆଦିଲ୍ଲୀ ମଧ୍ୟରେ ବିମାନ ସେବା ହେବ ।
୫ ବର୍ଷ ପରେ ଉଭୟ ଦେଶ ମଧ୍ୟରେ ବିମାନ ସେବା ଆରମ୍ଭ ହୋଇଛି । ୨୦୨୦ ମାର୍ଚ୍ଚ କୋଭିଡ ପରେ ଭାରତ ସବୁ ଅନ୍ତର୍ଜାତୀୟ ବିମାନ ସେବା ରଦ୍ଦ କରିଥିଲା । ଏହା ପରେ ଚୀନ ବି ସବୁ ବିମାନ ସେବା ବନ୍ଦ କରିଥିଲା । ଏହାପରଠୁ ଭାରତ-ଚୀନ ବିମାନ ସେବା ବନ୍ଦ ରହିଆସିଥିଲା ।
୨୦୨୦ ମାର୍ଚ୍ଚରେ କୋଭିଡ୍-୧୯ ମହାମାରୀ ବ୍ୟାପିବା ଯୋଗୁଁ ଭାରତ ସମସ୍ତ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇଥିଲା । ସେହି ସମୟରେ, ଚୀନ୍ ମଧ୍ୟ ଏହାର ସୀମାରେ କଡ଼ା କଟକଣା ଜାରି କରିଥିଲା । ଦୁଇ ଦେଶ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ବନ୍ଦ କରି ଦେଇଥିଲା ।